ପାୟଲ ମ୍ୟୁଜିକ ସ୍କୁଲରେ ବନମହୋତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ): ପାୟଲ ମ୍ୟୁଜିକ ସ୍କୁଲ ଆନୁକୁଲ୍ୟରେ ଇନ୍ଦୁପୁରସ୍ଥିତ ଶ୍ରୀମା ଅରବିନ୍ଦ ଆଶ୍ରମ ପରିସରରେ ୭୧ତମ ବନମୋହତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଦେବାଶିଷ ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା ଓ ସାଂସଦଙ୍କ ପ୍ରତିନିଧି ତଥା ଇନ୍ଦୁପୁରର ଯୁବନେତା ଆଲୋକ ସାହୁ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମାନବ ସମାଜ ଓ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ଦୁପୁର ସରପଂଚ ରୀନା ମଳିକ,ବରିଷ୍ଠ ଶିକ୍ଷାବୀତ ସୁବାଷ ଚନ୍ଦ୍ର ମଜୁମଦାର ପ୍ରମୁଖ ଉପସ୍ଥିତଥିଲେ । ଅନୁଷ୍ଠାନର ସଭାପତି ନୀଳମାଧବ ପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆଶ୍ରମ ପରିସରରେ ଚାରାରୋପଣ କରିଥିଲେ । ବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ କୋଭିଡ-୧୯ ନିୟମ ଅନୁଯାଇ ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ