ଯୁକ୍ତ ୩ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ

ଧାମନଗର (ଓ୍ବାଇଏନଏସ): ଧାମନଗର ମହାବିଦ୍ୟାଳୟର ପରିସରରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ତରଫରୁ ଏକ ୬ ଦିନିଆ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଅଛି। ମହାବିଦ୍ୟାଳୟ ଅଧ୍ଯକ୍ଷ ଅଜୟ କୁମାର ବେଜ ମହୋଦୟ ଉଦଘାଟନ କରି ତାଙ୍କ ସଭାପତିତ୍ୱରେ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ବନ୍ଧରେ ଉପସ୍ଥିତ ଯୁକ୍ତ ୩ ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାୟ ମୁଖ୍ୟ ବକ୍ତାଭାବେ ଆତ୍ମରକ୍ଷା କୌଶଳର ଗୁରୁତ୍ବ ଏବଂ ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣର ସଂଯୋଜିକା ଅମିତା ଦାସ୍ ମହୋଦୟା ଅତିଥି ପରିଚୟ ଦେବା ସହ ଛାତ୍ରୀ ଆତ୍ମରକ୍ଷା କୌଶଳ ସମ୍ବନ୍ଧରେ ମୁଖ୍ୟ ତଥ୍ୟ ରଖୁଥିଲେ। ଏତଦ୍‍ବ୍ୟତୀତ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ,ଅଧ୍ୟାପିକା ତଥା ଅଣ-ଶିକ୍ଷକ କର୍ମଚାରୀ ବନ୍ଧୁଗଣ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ