ପୁରାତନ ଛାତ୍ର ସଂସଦ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ସ୍ୱାଗତ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ନୂତନ କଲେଜ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂସଦର ସମ୍ପାଦକ ପ୍ରାଧ୍ୟାପକ ଡ. ପ୍ରମୋଦ କୁମାର ଦାସ, ଉପଦେଷ୍ଟା ପ୍ରଫେସର ନନ୍ଦ କିଶୋର ପରିଡା, ପ୍ରାଧ୍ୟାପକ ଡ. ପ୍ରଭାକର ମଲ୍ଲିକ, ବିଶ୍ୱିଜିତ ଦାସ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଅଧ୍ୟକ୍ଷ ପ୍ରଫେସର ଦାସଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିସହିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।


