ସୋରଡାରେ ୭୧ କାରୋନା ସଂକ୍ରମିତ, ସିଦ୍ଧପୁର କଣ୍ଟେନମେଣ୍ଟ ଜୋନ୍, ଆରମ୍ଭ ହେଲା ହେଲ୍ଥ ସ୍କ୍ରୀନିଂ
ସୋରଡା, (ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲା ସୋରଡାରେ କାରୋନା ସଂକ୍ରମଣଙ୍କ ସଂଖ୍ୟା କମିବାର ନା ଧରୁନି । ଗତକାଲି ଗଞ୍ଜାମ ଜିଲ୍ଲାପାଳ ଙ୍କ ଟ୍ଵିଟର ପ୍ରକାରେ ସୋରଡା ରେ ସଂକ୍ରମଣ ସଂଖ୍ୟା ୬୪ ରେ ପହଞ୍ଚିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ରେ ୩୨୦ ଜଣ ଙ୍କ ମଧ୍ୟ ରେ ସୋରଡା ର ପୁଣି ୭ ଜଣ ଚିହ୍ନଟ ହେଇଛନ୍ତି। ଫଳରେ ସୋରଡା ରେ ସଂକ୍ରମଣ ସଂଖ୍ୟା ୭୧ ରେ ପହଞ୍ଚିଲାଣି। ସେହିପରି ସୋରଡା ପୌରପରିଷଦ ର ଅବସ୍ଥା ମଧ୍ୟ କିଛି ଭଲ ନାହି। ସୋରଡା ରେ ଗତକାଲି ୫ ଜଣ ଚିହ୍ନଟ ହେଲାପରେ ସଂଖ୍ୟା ୧୬ ରେ ପହଞ୍ଚିଲାଣି।ଆଜି ର ୦୭ ଜଣ ଙ୍କ ମଧ୍ୟ ରେ ସୋରଡା ର ୧୧ ୱାର୍ଡ ର ଜଣେ ଚିହ୍ନଟ ହେଇଥିବା ସୂଚନା ମିଳିଛି । ଫଳରେ ସୋରଡା ରେ ଏହି ସଂଖ୍ୟା ବର୍ତମାନ ୧୭ ରେ ପହଞ୍ଚିଛି।ସୋରଡା ରେ ଏହି ସଂକ୍ରମଣ ହାର ବୃଦ୍ଧି କୁ ଦେଖି ବର୍ତମାନ ପ୍ରଶାସନ ତରଫରୁ ଗୋଟିଏ ଗୋଟିଏ ପଦକ୍ଷେପ ନିଆଯାଉଛି। ସୋରଡା ବ୍ଲକ ଅନ୍ତର୍ଗତ ସିଦ୍ଧପୁର ଗ୍ରାମ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସିଦ୍ଧପୁର ଗ୍ରାମ ର ୱାର୍ଡ ନମ୍ବର ୦୩,୦୪,୦୬,୦୯,୧୦ କୁ ଅଧିକ ସଂକ୍ରମିତ ଦର୍ଶାଇ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ବ୍ଲକ ର ଗୌଡଗୋଠ ପଞ୍ଚାୟତ ରେ ଆଗାମୀ ୧୫ ତାରିଖ ଯାଏଁ ସରପଞ୍ଚ ରାମ ସବର ଶଟ ଡାଉନ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସୋରଡା ରେ ବର୍ତମାନ ହେଲ୍ଥ ସ୍କ୍ରିନିଙ୍ଗ ଆରମ୍ଭ ହେଇଛି। ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତର ଅଜିତ ପାଣିଗ୍ରାହୀ, ରମେଶ କୁମାର ସାହୁ,ପ୍ରଦୀପ କୁମାର ରଞ୍ଜିତ,ମନ୍ମଥ କୁମାର କର, ଦେବୀ ପ୍ରସାଦ ପଟ୍ଟନାୟକ, ରଶ୍ମିତା କୁମାରୀ ଶତପଥୀ, ବସନ୍ତ କୁମାର ସ୍ଵାଇଁ, ରାଜେଶ କୁମାର ସାହୁ ପ୍ରମୁଖ ଡାକ୍ତର ସମୂହ ବର୍ତମାନ ସୋରଡା ଏନ ଏ ସି ର ପ୍ରତେକ ଘର କୁ ଘର ବୁଲି ଲୋକଙ୍କ ହେଲ୍ଥ ସ୍କ୍ରିନିଙ୍ଗ କରୁଛନ୍ତି ଏବଂ ଆକ୍ସିଟୋ ମିଟର ଦ୍ଵାରା ଲୋକଙ୍କ ଆସ୍ଥାମା ଏବଂ ଶ୍ଵାସକ୍ରିୟା ପରୀକ୍ଷା କରୁଛନ୍ତି। ସୋରଡା ରେ ଆଜି ଗୋଟିଏ ଦିନ ରେ ୫୮୮ ଘରେ ପ୍ରାୟ ୨୬୦୦ ଜଣ ଙ୍କ ହେଲ୍ଥ ସ୍କ୍ରିନିଙ୍ଗ ହେଇଥିବା ବେଳେ ପ୍ରାୟ ୧୦ ଜଣ କରୋନା ସନ୍ଦିଗ୍ଧ ଥିବା ଜଣାପଡିଥିବା ବେଳେ ସେମାନଙ୍କ ପରୀକ୍ଷା କରାଯାଇଥିଲା ତେବେ ସେଥିରୁ କେତେଜଣ ପଜିଟିଭ ଅଛନ୍ତି ତାହା ସମ୍ପୂର୍ଣ୍ଣ ତଥ୍ୟ ଆସିଲାପରେ ଜଣାପଡିବ। ଏହି ସଂକ୍ରମଣ କୁ ନେଇ ଜନସାଧାରଣ ଅଯଥା ବ୍ୟସ୍ତବିବ୍ରତ ନହେବା ସହ ଧର୍ଯ୍ୟର ସହ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ପ୍ରଶାସନ କୁ ସହଯୋଗ କରିବା ସହ ଅତିଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି।


