ବ୍ରହ୍ମପୁର ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଶଂସା

ଛତ୍ରପୁର, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ବିଭାଗରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣ ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଶଂସା। ନିଜ କର୍ତ୍ତବ୍ୟ ଓ ସେବାକୁ ପ୍ରାଧାନ୍ୟ ଦେଇଥିବାରୁ ସିଏମଓ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଵାଲେଡିହ ଗ୍ରାମର ଏହି କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। କିନ୍ତୁ ସୁସ୍ଥ ହେବା ପରେ ବିଶ୍ରାମ ନ ନେଇ କାର୍ଯ୍ୟରେ ଯୋଗ ଦେଇଥିଲେ ବିଭୂତି। ଏନେଇ ବ୍ରହ୍ମପୁର ଏସପି ଟୁଇଟ୍ କରି ସୂଚନା ଦେଇଥିଲେ। ବ୍ରହ୍ମପୁର ଏସପିଙ୍କ ଏହି ଟୁଇଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରିଟୁଇଟ୍ କରି ବିଭୂତିଙ୍କୁ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ