ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଟିମ୍‌ଙ୍କ ଯାଂଚ ଆରମ୍ଭ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ୱାର୍ଡ଼ର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ଗତ ୯ ତାରିଖ ଠାର ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କ ସଠିକ୍ ତଥ୍ୟ ନେଉଛନ୍ତି ଏହି ସ୍ୱାସ୍ଥ୍ୟ ଟିମ୍ । ପ୍ରତ୍ୟେକଙ୍କ ଜ୍ୱର, କାଶ, ଥଣ୍ଡା ହେଉଛି କି ନାହିଁ ପଚାରି ବଝିବା ସହ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ସହ ସରକାରଙ୍କ ସମସ୍ତ କଟକଣା ମାନି ଚଳିବା ଓ ନିର୍ଦ୍ଦେଶକୁ ମାନିବା ସକାଶେ ପରାମର୍ଶ ଦେଉଛନ୍ତି । ପ୍ରତ୍ୟେକସ୍ଥର୍ମାଲ ସ୍କ୍ରିନିଂ କରିବା ସହ ପଲସ୍ ଅକ୍ସିମିଟର ସହାୟତାରେ ପଲସ୍ ପରୀକ୍ଷା କରୁଥିବାର ଦେଖିବାକୁ ମିଳିଛି । ଯୁଗାବ୍ଦ ନ୍ୟୁଜଏହି ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆସନ୍ତା ୧୩ ତାରିଖ ମଧ୍ୟରେ ସମ୍ପୁର୍ଣ୍ଣ କରିବା ସକାଶେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ଟିମ୍‌ର ଯାଂଚ ପ୍ରକ୍ରିୟା ସମୟରେ କୌଣସି ବ୍ୟକ୍ତି ନିଜର କିମ୍ବା ପରିବାରର କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣର ଆଶଙ୍କା ରହିଥିଲେ ତଥ୍ୟ ଗୋପନ ନରଖିବା ସକାଶେ ଏବଂ ସମସ୍ତ ତଥ୍ୟ ସଠିକ ଭାବେ ପ୍ରକାଶ କଣେ ସହଜରେ ଆମେ କରୋନାକୁ ହଟାଇ ପାରିବା ବୋଲି ତହସିଲଦାର ଗୋପିନାଥ କୁଅଁର କହିଛନ୍ତି । ଏଭଳି କାର୍ଯ୍ୟରେ ସ୍ୱାସ୍ଥ୍ୟ ଟିମ୍‌୍‌କୁ ସଂପୃକ୍ତ ୱାର୍ଡ଼ର ଅଙ୍ଗନୱାଡ଼ି କର୍ମୀ ସହାୟତା ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ