ଔଷଧ ଦୋକାନରେ ତାଲା, ଖୋଲୁଛି ମାତ୍ର ଗୋଟିଏ ଔଷଧ ଦୋକାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ଦୁଇ ଦିନ ଧରି ହିଞ୍ଜିଳିକାଟୁ ପୌରାଂଚଳରେ ଖୋଲୁଛି ମାତ୍ର ଗୋଟାଏ ଔଷଧ ଦୋକାନ । ବର୍ଷାଋତୁ ଚାଲିଥିବା ଯୋଗୁଁ ଅଂଚଳରେ ଥଣ୍ଡା, କାଶ ଓ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋଗୀ ଓ ସର୍ମ୍ପକୀୟ କିଣିବା ପାଇଁ ବ୍ୟାକୁଳ ହୋଇ ପଡ଼ିଛନ୍ତି । ସ୍ଥାନୀୟ ପୌରାଂଚଳର ଜଣେ ଔଷଧ ଦୋକାନୀ କରୋନା ପଜିଟିଭ ଚିହ୍ନଟ ପରେ ଭୟରେ ସ୍ଥାନୀୟ ପୌରାଂଚଳର ବହୁ ଔଷଧ ଦୋକାନ ବନ୍ଦ ରହିଛି । ବିଭିନ୍ନ ରୋଗ ପାଇଁ ପ୍ରତିଦିନ ଔଷଧ ସେବନ କରୁଥିବା ବହୁ ବ୍ୟକ୍ତି ଏଭଳି କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହୋଉଥିବା ନଜିର ରହିଛି ।ଯୁଗାବ୍ଦ ନ୍ୟୁଜ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ୨ କର୍ମଚାରୀ ପଜିଟିଭ ଚିହ୍ନଟ ପରେ କେବଳ ଜରୁରୀ ଚିକିିତ୍ସା ଆବଶ୍ୟକ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ସାଧାରଣ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ରୋଗୀ ମାନେ ଔଷଧ ଦୋକାନୀଙ୍କୁ କହି କିଛି ଔଷଧ କିଣୁଥିବା ବେଳେ ପୌରାଂଚଳରେ ମାତ୍ର ଗୋଟିଏ ଔଷଧ ଦୋକାନ ଖୋଲା ରହିଥିବାରୁ ସଂପୃକ୍ତ ଔଷଧ ଦୋକାନ ସମ୍ମୁଖରେ ଲମ୍ବା ଲାଇନ ଲାଗିଛି । ଅନ୍ୟପକ୍ଷରେ କଟକଣା ଭୟ ସାଙ୍ଗକୁ ଗତ ୮ ତାରିଖରେ ୱେବ ଚ୍ୟାନେଲ୍ ‘ ଯୁଗାବ୍ଦ’ରେ (ଲୋକଙ୍କୁ ମିଳୁନି ଚିକିତ୍ସା ସୁବିଧା – କ୍ୱାକ୍ ଓ ଔଷଧ ଦୋକାନୀ ସାଜିଛନ୍ତି ଚିକିିତ୍ସକ) ଖବର ପ୍ରକାଶିତ ପରେ ଗ୍ରାମାଂଚଳର କ୍ୱାକ୍ ମାନେ ପୁର୍ବପରି ଚିକିତ୍ସା କରୁନଥିବା ବେଳେ ଭୟରେ ଔଷଧ ଦୋକାନ ଗୁଡ଼ିକ ଖୋଲୁନଥିବା ଜଣାପଡ଼ିଛି । ରୋଗର ଉପଶମ ସକାଶେ ରୋଗୀଙ୍କୁ ଔଷଧ ମିଳୁନଥିବାରୁ ଔଷଧ ନପାଇ କେତେବେଳେ ଯେ ରୋଗୀର ମୃତ୍ୟୁ ଘଟିବ ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ । ଯୁଗାବ୍ଦ ନ୍ୟୁଜ ଏ ଦିଗରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ତହସିଲଦାର ଗୋପିନାଥ କୁଅଁରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ସ୍ଥାନୀୟ ପୌରାଂଚଳର ଜଣେ ଔଷଧ ଦୋକାନୀଙ୍କ କରୋନରେ ମୃତ୍ୟୁ ପରେ ଶୁଦ୍ଧ କାର୍ଯ୍ୟ ଚାଲୁ ରହିଥିବାରୁ ୨ଟି ଦୋକାନ ବନ୍ଦ ରହିଥିବା ବେଳେ ଗୋଟିଲ ଦୋକାନୀ ମାଲିକ ସଂକ୍ରମିତ ରହିଛନ୍ତି ଫଳରେ ସଂପୃକ୍ତ ଦୋକାନ ବନ୍ଦ ରହିଛି । ପୌରାଂଚଳର ଅନ୍ୟ ୩ଟି ସ୍ଥାନରେ ଔଷଧ ଦୋକାନ ଖୋଲା ରହିଥିଲେ ମଧ୍ୟ ସମସ୍ତ ପ୍ରକାରର ଔଷଧ ଉପଲବ୍ଧ ନହୋଇ ପାରିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଆସନ୍ତା ଦିନେ କିମ୍ବା ୨ ଦିନ ମଧ୍ୟରେ ଅଂଚଳର ପ୍ରାୟତଃ ସମସ୍ତ ଔଷଧ ଦୋକାନ ଖୋଲାଯିବାର ସମ୍ଭାବନା ରହିଛି । ନଚେତ ପ୍ରଶାସନ ପକ୍ଷରୁ ଦୃଷ୍ଟି ପ୍ରଦାନ କରାଯାଇ ଆବଶ୍ୟକ ପନ୍ଥା ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ