ବ୍ରହ୍ମପୁରରେ କଡ଼ାକଡ଼ି ଭାବେ ଚାଲିଛି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ
ବ୍ରହ୍ମପୁର, ( ଅନିଲ କୁମାର) : ମହାମାରୀ କୋଭିଡି ଯୋଗୁ ସାରା ପୃଥିବୀ ଏବେ ଥରହର ଅବସ୍ଥାରେ ରହିଥିବା ବେଳେ ଭାରତରେ କୋଭିଡି ତାର କାୟା ବିସ୍ତାର କରିଚାଲିଛି, ସେହି ଧାରାରେ ଓଡ଼ିଶାରେ ମଧ୍ୟ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ରାଜ୍ୟର ବୃହତମ ଜିଲ୍ଲା ଭାବେ ପରିଚିତ ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁ ପ୍ରଭାବରେ ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ତାଲାବନ୍ଦ ଘୋଷଣା ଜାରି ରଖିଛନ୍ତି । ବ୍ରହ୍ମପୁରରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି, ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନେ ଶନିବାର ବୈକୁଣ୍ଠନଗର ଅଞ୍ଚଳର ସମସ୍ତ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ସହ ଥର୍ମାଲ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି, ଏହି ଦଳରେ ଡାକ୍ତର ପ୍ରିୟମ୍ବଦା ଜେନା, ସ୍ୱାସ୍ଥ୍ୟସାଥି ସୁନିତା ସ୍ୱାଇଁ ଓ ପୁଷ୍ପଲତାଙ୍କ ସମେତ ସ୍ୱାସ୍ଥ୍ୟ ସୁପରଭାଇଜର ଚୋଟୀମା ବିବି ପ୍ରମୁଖ ଘରକୁ ଘର ବୁଲି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି, ଏହି ମହାମାରୀରୁ ବଂଚିବାକୁ ହେଲେ କେବଳ ସଚେତନ ସହ ମାସ୍କ ବ୍ୟବହାର , ସାମାଜିକ ଦୂରତା, ସହ ସ୍ୱଛତା ଅବଲମ୍ବନ ଜରୁରୀ ଆବଶ୍ୟକ ରହିଥିବା ବେଳେ ବିନାକାରଣରେ ବାହାରକୁ ନ ଯାଇ ଘରେ ରହିବା ସହ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିୟମ ମାନିଚଲିଲେ କରୋନା ଦାଉରୁ ବଂଚି ପାରିବା ।


