କେନ୍ଦ୍ରସରକାରଙ୍କ ଶ୍ରମଆଇନ ସଂଶୋଧନ କୁ ବିରୋଧ
ବାଲେଶ୍ୱର(ନି.ପ୍ର): କେନ୍ଦ୍ରସରକାର ସଂସଦରେ ଆଗତ କରିଥିବା ଶ୍ରମଆଇନ୍ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଶୁକ୍ରବାର ଦିନ ବିିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଜାତୀୟ ଫେଡେରେସନ୍ ତରଫରୁ ସହସ୍ରାଧିକ ଶ୍ରମିକ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃତ୍ୱଙ୍କ ସ୍ୱାକ୍ଷରରେ ପ୍ରସ୍ତାବିତ ଶ୍ରମଆଇନ ସଂଶୋଧନ ପ୍ରସ୍ତାବରୁ କେନ୍ଦ୍ରସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ମେମୋରେଣ୍ଡମରେ ଅନୁରୋଧ କରାଯାଇଛି । ଏହି ମେମୋରେଣ୍ଡମ୍କୁ ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ ଶ୍ରମିକ ପ୍ରତିନିଧିମାନଙ୍କଠାରୁ ଗ୍ରହଣ କରିଥିଲେ । ବିକ୍ଷୋଭ ସମାବେଶରେ ଶ୍ରମିକ ସଂଗଠନମାନଙ୍କର ମିଳିତ ମଞ୍ଚ ଟି.ୟୁ.ଏ.ସି.ସି.ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ଓ ଶିଳ୍ପପତି ତୋଷଣ ନୀତିକୁ ଦୃଢ଼ ବିରୋଧ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ଶ୍ରମଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଜି ଦେଶବ୍ୟାପୀ ଶ୍ରମିକମାନେ ସେମାନଙ୍କ ବିରୋଧ ପ୍ରଦର୍ଶନ କରୁଥିବାର ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ । ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ଏଚ.ଏମ.ଏସ୍.ର ସଂପାଦକ ଅରୁଣ ସ୍ୱାଇଁ, ସି.ଆଇ.ଟି.ୟୁ.ର ରାଜ୍ୟ ସଂପାଦକ ରାଧାରମଣ ଷଡ଼ଙ୍ଗୀ, ଆଇ.ଏନ୍.ଟି.ୟୁ.ସି.ର ନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଏନ୍.ଏଫ୍,ଆଇ.ଟି.ୟୁ.ର ରାଜ୍ୟ ସଂପାଦକ ଶାନ୍ତନୁ ଦାସ, ଏ.ଆଇ.ୟୁ.ଟି.ୟୁ.ସି.ର ସଂପାଦକ ନିରାକାର ପାଣ୍ଡବ ପ୍ରମୁଖ ବିକ୍ଷୋଭ ସ୍ଥଳରେ ଶ୍ରମିକମାନଙ୍କୁ ଉଦ୍ବୋଧନଦେଇ ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନ ଭାରତବର୍ଷରେ ଶ୍ରମିକମାନେ ସଂଗ୍ରାମ କରି ହାସଲ କରିଥିବା ୪୪ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ୪ଟି କୋର୍ଡ଼ରେ ରଖିବାକୁ ଉଦ୍ୟମ କରୁଥିବାର କହିଥିଲେ । ଫଳରେ ସଂପୃକ୍ତ ଆଇନ ଗୁଡ଼ିକରେ ପ୍ରଦତ୍ତ ଅଧିକାରରୁ ଶ୍ରମିକମାନେ ବଞ୍ôଚତ ହେବେ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ଏହି ସଂଶୋଧନ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଦେଶି ଓ ବିଦେଶି ଶିଳ୍ପପତିମାନେ ଦୀର୍ଘବର୍ଷରୁ ଶ୍ରମିକମାନେ ପାଇଆସୁଥିବା ପ୍ରାପ୍ୟ ଓ ଅଧିକାରରୁ ବଞ୍ôଚତ କରାଇବାକୁ ବାଟ ଫିଟିଯିବ ବୋଲି ସେମାନେ କହିଥିଲେ । ଆଗାମୀ ଦିନରେ ଏହାକୁ ବିରୋଧ କରି ବକ୍ତାମାନେ ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଥିଲେ । ବାଲେଶ୍ୱର ରେଳଷ୍ଟେସନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ ଫାଟକ ପାଖରେ ପହଞ୍ôଚôଥିଲା । ଶୋଭାଯାତ୍ରାରେ ବିଭିନ୍ନ କେନ୍ଦ୍ରିୟ ଶ୍ରମିକ ସଂଗଠନ ସହ ସଂଯୁକ୍ତ ଓ ସ୍ୱାଧୀନ ଫେଡେରେସନ୍ ଏବଂ ବହୁ କଳକାରଖାନାର ଶ୍ରମିକମାନେ ଯୋଗଦେଇଥିଲେ । ପରିବହନ, ପୌର ଠିକା କର୍ମଚାରୀ, ଆଶା, ପାଚିକା, ଅଙ୍ଗନୱାଡ଼ି, ବୀମା, ବ୍ୟାଙ୍କ୍, ଡାକ, ଅଶ୍ରୁ, ମାଲଗୋଦାମ ମୋଟିଆ, ପ୍ରତିରକ୍ଷା, ରେଳ, ବିଦ୍ୟୁତ୍, ଉଠାଜଳସେଚନ, ରିକ୍ସା, ଲୋଡ଼ିଂ ଅନ୍ଲୋଡ଼ିଂ, ଟେମ୍ପୋ, ଟ୍ୟାକ୍ସି, ଜୀବନବୀମା, କ୍ଷେତମଜଦୁର, କୃଷକ, ଚାଷିମୂଲିଆ ପ୍ରଭୃତି ସଂଗଠନର ଶ୍ରମିକମାନେ ସେମାନଙ୍କ ବ୍ୟାନାର ଓ ପତାକାସହ ଶୋଭାଯାତ୍ରାରେ ସାମିଲ ଥିଲେ । ବାସନ୍ତୀ ସାମଲ, ନିକୁଞ୍ଜ ବସନ୍ତ ରାୟ, ବିକାଶ ଦାସ, ସୁରେନ୍ଦ୍ର ଜେନା, ରବିନ୍ଦ୍ର ବେହେରା, ମାୟାଧର ନାୟକ, ପୀତାମ୍ବର ମାଝୀ, ଶ୍ୟାମସୁନ୍ଦର ଜେନା, ଈଷାଣୀ ଷଡ଼ଙ୍ଗୀ, ବନ୍ଦନା ବିଶ୍ୱାସ, ଏମ୍.କେ.ଡି. ମଜୁମଦାର, ଜତିନ୍ ପାତ୍ର, ସନ୍ଧ୍ୟା ଦାସମଜୁମଦାର, ଅରୁଣ ଜେନା, ଆରତୀ ଦାସ ମହାପାତ୍ର, ବସନ୍ତ ନାୟକ, ନୀଳମଣି ଦିକ୍ଷିତ, ସଂଗ୍ରାମ ମଲ୍ଲିକ୍, ବିଧାନ ଚନ୍ଦ୍ର ରାୟ, ବସନ୍ତ ସ, ପ୍ରତିମା ପଣ୍ଡା, ଭାରତୀ ପଣ୍ଡା, ରାଜେଶ ନାଏକ, ରାମ ବେହେରା, ଅନାମ ବାରିକ, ସନ୍ଧ୍ୟା ବେହେରା, ଶିଶିର ହୁଇ, ନିର୍ମଳ ନାୟକ, ଶରତ ଚନ୍ଦ୍ର ଦଳାଇ, ତଳୋତ୍ତମା ରାଉତ, ବିନୋଦିନୀ ପଣ୍ଡା, କନକ ଦାସ, ମୃତ୍ୟୁଞ୍ଜୟ ରାଉତ, ସନ୍ତୋଷ ରଣା, ଶଚିନ୍ଦ୍ର ଦାସ, ସଦନ ସିଂ, ପିଣ୍ଟୁ ଦାସ, ହରେକୃଷ୍ଣ ବିନ୍ଧାଣୀ, ପଦ୍ମଲୋଚନ ନାଏକ, ସୁଶାନ୍ତ ସାହୁ, ସୁଶାନ୍ତ ନାଏକ, ସାଇକିଙ୍କର ନାୟକ, ଅସିତ ବରଣ ଦାସ, କେଶବ ଲେଙ୍କା, ଶଶିକାନ୍ତ ବେହେରା ପ୍ରମୁଖ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ ।