ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍

ବିଶ୍ୱର ସର୍ବବୃହତ୍ ରେଡିଓ ଟେଲିସ୍କୋପ୍ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍ଙ୍କ ସଙ୍କେତକୁ ଖୋଜିପାରିବ । ଏହି ସେନ୍ସିଟିଭ୍ ଟେଲିସ୍କୋପ୍ ମହାକାଶରେ ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ପୃଥିବୀ ଭଳି ଚୁମ୍ବକୀୟ କ୍ଷେତ୍ର ରହିଥିବା ଅନ୍ୟ ସୌରମଣ୍ଡଳୀୟ ଗ୍ରହ କିମ୍ବା ସୌରମଣ୍ଡଳ ବାହାରେ ରହିଥିବା ଉପଗ୍ରହର ସନ୍ଧାନ କରିପାରିବ । ଚାଇନା ଓ ଫ୍ରାନ୍ସର ଜ୍ୟୋର୍ତିବିଜ୍ଞାନୀମାନେ ଫାଇଭ ହଣ୍ଡ୍ରେଡ୍ ମିଟର ଆପେର୍ଚର ସ୍ପିୟରିକାଲ ରେଡିଓ ଟେଲିସ୍କୋପ (ଏଫଏଏସ୍ଟି) ମାଧ୍ୟମରେ କିଭଳି ମହାକାଶରେ ଅନୁଧ୍ୟାନ କରାଯିବ ସେ ସମ୍ପର୍କିତ ଯୋଜନା ରିସର୍ଚ୍ଚ ଇନ୍ ଆଷ୍ଟ୍ରୋନୋମୀ ଆଣ୍ଡ୍ ଆଷ୍ଟ୍ରୋଫିଜିକ୍ସର ଜର୍ନାଲରେ ପ୍ରକାଶ କରିଛନ୍ତି । ଏହି ଟେଲିସ୍କୋପରେ କେଉଁ ଗ୍ରହରେ ରେଡିଓ ରେଡିଏସନ୍ ଓ ଚୁମ୍ବକୀୟ କ୍ଷେତ୍ର ରହିଛି, ତାହା ଜଣାପଡ଼ିବ । ସୌରମଣ୍ଡଳ ମଧ୍ୟରେ ଥିବା ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ରହିଥାଏ, କିନ୍ତୁ ସୌରମଣ୍ଡଳ ବାହାରେ ଥିବା ଗ୍ରହରେ ଚୁମ୍ବକୀୟ କ୍ଷେତ୍ର କିଭଳି ସମ୍ଭବ ତା’ର କାରଣ ଖୋଜି ପାଇବାରେ ଏହି ଟେଲିସ୍କୋପ ସାହାଯ୍ୟ କରିବ । ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ନ ରହିଲେ ସେଥିରେ ବାୟୁମଣ୍ଡଳ ରହିବା ଅସମ୍ଭବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ