ମହାରାଷ୍ଟ୍ର ଗଭର୍ଣ୍ଣର ହାଉସର ୧୬ କର୍ମଚାରୀ କରୋନା ଆକ୍ରାନ୍ତ, ଆଇସୋଲେସନରେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ର ଗଭର୍ଣ୍ଣର ହାଉସର ୧୬ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ବାସଭବନରେ ଏମାନେ କାର୍ଯ୍ୟ କରୁଥିଲେ। ସେମାନଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ୧୬ଜଣଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ସଙ୍ଗ ରୋଧରେ ରହିବା ପାଇଁ କୁହା ଯାଇଥିବା ବେଳେ ଆବଶ୍ୟକ ପଡିଲେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣା ପଡିଛି । ବିଏମସି କହିଛି ଯେ, ପୂର୍ବରୁ ୨ଜଣ କୋଭିଡ -୧୯ ପାଇଁ ପଜିଟିଭ ପରୀକ୍ଷା କରିଥିଲେ, ଯାହା ପରେ ୧୦୦ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ଏବେ ୧୦୦ଜଣଙ୍କ ମଧ୍ୟରୁ ୧୪ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି । ସୂଚନା ମୁତାବକ, ଶନିବାର ସୁଦ୍ଧା ମହାରାଷ୍ଟ୍ରରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୬୦୦ ଥିଲା। ଏହା ସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୦,୧୧୬ ଥିବାବେଳେ ମୋଟ ସୁସ୍ଥ ସଂଖ୍ୟା ୧୩,୬୯୮୫ ରହିଛି। ସେହି ଭଳି ଦେଶରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଟପିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ଲକ୍ଷ ଟପିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ