ଦଣ୍ଡ ଦେବୁ ପଛେ ମାନିବୁନାହିଁ ସରକାରୀ ଆଇନ

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ଅଞ୍ଚଳରେ କରୋନା ପଜିଟିଭ ବୃଦ୍ଧି ପାଉଥିବା ବେଳେ ସଟ୍ ଡାଉନ ଆଇନକୁ ଅମାନ୍ୟ କରିବା ଅଭିଯୋଗରେ ବୁଗୁଡା ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ ଓ ଏନଏସି ପ୍ରଶାସନ ଅମାନିଆ ମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି। ସଟ୍ ଡାଉନ ସମୟରେ ଦୋକାନ ଖୋଲିବା, ବାଇକରେ ଯାତାୟତ କରିବା, ମାସ୍କ ନପନ୍ଧିବା, ଅଯଥା ବାହାରେ ବୁଲି ଏକତ୍ରିତ ହେବା, ସାମାଜିକ ଦୂରତା ନିୟମ ଭଙ୍ଗ କରିବା ପ୍ରଭୃତି ଆଇନ ଭଙ୍ଗକାରୀଙ୍କ ଠାରୁ ପୋଲିସ ବିଭାଗ ପକ୍ଷରୁ ୮ ହଜାର ଟଙ୍କାରୁ ଉର୍ଦ୍ଧ୍ବ, ତହସିଲ ବିଭାଗ ପକ୍ଷରୁ ୪ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଓ ଏନଏସି ପକ୍ଷରୁ ମଧ୍ୟ ଅର୍ଥ ଦଣ୍ଡ ଆଦାୟ କରାଯାଇଛି। ଏହି ଯାଞ୍ଚ କାର୍ଯ୍ୟକର୍ମରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁବୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସମେତ ବିଭାଗୀୟ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ