ଗଞ୍ଜାମ ଜିଲ୍ଲାରରେ ୩ ଜଣ କୋଭିଡ୍ ଯୋଦ୍ଧାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ଶୋକ
ଛତ୍ରପୁର, (ଓ୍ବାଇଏନ୍ଏସ୍) : କୋଭିଡ୍ ଯୋଦ୍ଧା ଶ୍ରୀମତୀ କେ.ଅଶାନ୍ତ ପାତ୍ର ଅଙ୍ଗନଓ୍ବାଡି ସୁପରଭାଇଜର୍, ସମନ୍ବୀତ ଶିଶୁ ବିକାଶ ଯୋଜନା, ସାନଖେମୁଣ୍ଡି ବ୍ଲକ୍, କୋଭିଡ୍ ଯୋଦ୍ଧା ଶ୍ରୀ ଗୌରହରୀ ବେହେରା ପ୍ରଧାନ ଶିକ୍ଷକ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଙ୍ଗିପୁର, ଆସ୍କା ବ୍ଲକ୍ ଓ କୋଭିଡ୍ ଯୋଦ୍ଧା ଶ୍ରୀ ଗୋଲକ ନାୟକ, ସି/୭୦୫, କନଷ୍ଟବଲ୍, ଆସ୍କା ପୋଲିସ୍ ଷ୍ଟେସନ୍, ଉପରୋକ୍ତ କୋଭିଡ୍ ଯୋଦ୍ଧାଗଣଙ୍କ ଅକ୍ଲାନ୍ତ ପରିଶ୍ରମସହ ମାନବିକତାର ପରିଚୟ ଦେଇ କାର୍ଜ୍ୟ କରିଥିଲେ । ଜନସାଧାରଣଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷିତ କରିବା ଦିଗରେ ନିଜ ଜୀବନ ଉତ୍ସର୍ଗୀକୃତ କରିଥିଲେ । ଏହି ଯୋଦ୍ଧା ମାନଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ଓ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି । ଏହି ଦୁଃଖଦ ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି କାମନା କରିଛନ୍ତି ।


