ଅଜିପୁଣି ୨ ଜଣ କରୋନା ଯୋଦ୍ଧାଙ୍କ ସମେତ ୮ ଜଣ ପଜିଟିଭ୍ ଚିହ୍ନଟ

ଛତ୍ରପୁର,(ଓ୍ବାଇଏନ୍ଏସ୍): ଛତ୍ରପୁର ବ୍ଲକ ଓ ଏନ୍‌ଏସିରୁ ୨ ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ୮ ଜଣ ପଜିଟିଭ୍ ରବିବାର ଚି଼ହ୍ନଟ ହୋଇଛନ୍ତି l ସେଥିରୁ ଛତ୍ରପୁର ଏନ୍‌ଏସିର ଗୋପବନ୍ଧୁନଗରର ଜଣେ ଓ ଡାଲ୍‌ଡାମିଲ୍ କମ୍ପାଉଣ୍ଡର ଜଣେ ରହିଥିବା ବେଳେ ବ୍ଲକର ବଡମାଧପୁର ଗ୍ରାମର ୨ ଜଣ, ଟାଙ୍ଗଣାପଲ୍ଲୀ ଗ୍ରାମର ୨ ଜଣ ଏବଂ କାଳିଆବାଲି ଗ୍ରାମର ଜଣେ ଏଭଳି ସୁମାଦୟ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ସେହିପରି ଛତ୍ରପୁର ବ୍ଲକ ପୋଟଲାମପୁର ପଂଚାୟତ ରେ ଆଂଟିଜେନ୍ ଟେଷ୍ଟ ଚାଲିଛି । ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସଲିଦାର ନୀଳମାଧବ ଭୋଇ, ସରପଞ୍ଚ ଏବଂ ମୁନଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନ ରେ କରୋନା ଲକ୍ଷଣ ଥିବା ଜନସାଧରଣଙ୍କ ପରୀକ୍ଷା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ