ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତାର ହାତ ବଢ଼ାଇଲା ସପୋଟିଭ ହ୍ୟାଣ୍ଡସ ଗ୍ରୁପ

ହାଟଡିହି, (ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମର କାମପାଳ ନାୟକଙ୍କ ଝିଅ ଗୁରୁତର ଅସୁସ୍ଥ ହୋଇ ଘରେ ପଡିରହିଥିବାବେଳେ ଯାଜପୁରର ସପୋଟିଭ ହ୍ୟାଣ୍ଡସ ଗ୍ରୁପ ତରଫରୁ ସହାୟତା କରାଯାଇଛି । ଖବରରୁ ଜଣାଯାଇଛି ଯେ କାମାପାଳ ନାୟକ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ତାଙ୍କ ଝିଅ ସବିତା ନାୟକଙ୍କୁ ଘସିପୁରା ବ୍ଲକ ଚାଟରା ଗ୍ରାମର ବଟକୃଷ୍ଣ ନାୟକଙ୍କୁ ବିବାହ ଦେଇଥିଲେ । ମାତ୍ର ସବିତାଙ୍କ ସ୍ୱାମୀ ଜଣେ ମାନସିକ ରୋଗୀ ହୋଇଥିବାବେଳେ ସବିତା ୧୫ବର୍ଷ ହେଲା ତାର ଏକ ଛୋଟ ଶିଶୁକନ୍ୟାକୁ ଧରି ବାପଘରେ ରହୁଛି । ଗତ କିଛିମାସ ତଳେ ସେ ଟ୍ୟୁମର ଅପରେସନ ହୋଇଥିଲେ । କିନ୍ତୁ ପରେ ଇଫେକ୍ସନ ହୋଇଯାଇଥିଲା । ଗୁରୁତର ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ଧାରକରଜ କରି ୬୦ହଜାର ଟଙ୍କା ଖର୍ଚ୍ଚକରି କଟକର ଏକ ଘରୋଇ ହସପିଟାଲକୁ ନେଇ ଦୀର୍ଘ ୧୦ଦିନ କାଳ ରଖି ପୁନର୍ବାର ଚିକିତ୍ସା କରାଇଛନ୍ତି । କିନ୍ତୁ ସବିତା ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିବାବେଳେ ଡାକ୍ତର ପୁନର୍ବାର ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଛନ୍ତି । ସବିତାଙ୍କ ପରିବାର ଗୋଟିଏ ଗରିବ ଅସହାୟ ପରିବାର ହୋଇଥିବାରୁ ଏତେଟଙ୍କା ଖର୍ଚ୍ଚ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ଏ ଖବର ପାଇବାପରେ ଆଜି ସପୋଟିଭ ହ୍ୟାଣ୍ଡସ ଗ୍ରୁପ ପକ୍ଷରୁ ସମ୍ପାଦକ ବିଶ୍ୱଜିତ ଦାସ, ସଦସ୍ୟ ସୁଧାଶୁଂ ଶେଖର ନାୟକ ପଞ୍ଚାୟତର ଜିଆରଏସ ରାଜୀବ କୁମାର ଦାସଙ୍କ ଉପସ୍ଥିତିରେ ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ଅନ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅସହାୟ ମହିଳାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ