ଲାଭଦାୟକ ଆଖୁ ରସ

ଖରା ଦିନରେ ସାଧାରଣତଃ ରାସ୍ତାଘାଟରେ ଅନେକ ଆଖୁ ରସ ଦୋକାନ କିମ୍ବା ଠେଲା ଦେଖିବାକୁ ମିଳିଥାଏ । ଆଖୁରସ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଖାଲି ଯେ ଗ୍ରୀଷ୍ମ ଋତୁରେ ଆଖୁ ରସ ପିଇବା ଦରକାର, ତାହା ନୁହେଁ ଆଖୁ ରସ ସମସ୍ତ ଋତୁରେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆଖୁ ରସକୁ ଦୈନିକ ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ପ୍ରକାର ରୋଗ ମଧ୍ୟ ହୋଇନଥାଏ । ଆସନ୍ତୁ ଜାଣିବା ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ । ଆଖୁ ରସରେ ପ୍ରଚୁର ପରିମାଣରେ ପ୍ରୋଟିନ, ଆଇରନ, ପୋଟାସିୟମ ଆଦି ପୋଷକ ତତ୍ତ୍ୱ ରହିଥାଏ । ଶରୀରରେ ଉର୍ଜା ବା ଶକ୍ତି ସୃଷ୍ଟିକାରୀ ସମସ୍ତ ଆବଶ୍ୟକ ତତ୍ତ୍ୱ ଏଥିରେ ଉପଯୁକ୍ତ ମାତ୍ରାରେ ରହିଥାଏ । ଏଣୁ ଗ୍ରୀଷ୍ମ ଋତରେ ଶରୀରରେ ସୃଷ୍ଟି ହେଉଥିବା ଥକ୍କାପଣକୁ ଅଳ୍ପ ସମୟରେ ଠିକ୍ କରିଥାଏ ଆଖୁରସ । ଆଖୁରସ ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଉପକାରୀ ହୋଇଥାଏ । ଏହା ପିଇବା ଦ୍ୱାରା ଶରୀରରେ ଜଣ୍ଡିସ ଜୀବାଣୁ ପ୍ରଭାବ କମ୍ ହେବାର ଦେଖାଯାଇଥାଏ । ଏହା ଛଡ଼ା ଆଖୁରସ ଦ୍ୱାରା ଏସିଡିଟି କମ୍ ହୋଇଥାଏ । ପେଟ ଜଳାଇବା ଏବଂ କାଟିବା କମ ହେବା ସହ ଶରୀରରେ ଚିନି ଏବଂ ଜଳୀୟ ଅଂଶର ପରିମାଣକୁ ନିୟନ୍ତ୍ରିତ ରଖିଥାଏ ଆଖୁରସ । ଆଖୁରସ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଟିକେ ପରିଶ୍ରମ କରିବା ଦ୍ୱାରା ନିଶ୍ୱାସ ନେବା କିମ୍ବା ଶରୀରରେ ଯନ୍ତ୍ରଣା ଅନୁଭବ ହେଉଥିଲେ ଆଖୁ ରସ ନିହାତି ପିଇବା ଦରକାର । ଏହା ଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ଶରୀରରେ ତନ୍ଦୁରସ୍ତ ରହିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ