ଡିପ୍ରେସନ୍ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଖରାପ ଜୀବନଶୈଳୀ, ଖରାପ ଖାଦ୍ୟର ଅଭ୍ୟାସ ବା ଷ୍ଟ୍ରେସ କାରଣରୁ ମସ୍ତିଷ୍କର ଶକ୍ତି ଧୀରେ ଧୀରେ କମ୍ ହୋଇ ବସେ । କିନ୍ତୁ ଯଦି ଆପଣ ସକାଳେ ବା ସନ୍ଧ୍ୟାରେ ୧୦ ମିନିଟ୍ ଧ୍ୟାନ କରନ୍ତି ତାହା ହେଲେ ଏହି ସମସ୍ୟାକୁ ମଧ୍ୟ ନିୟନ୍ତ୍ରିତ କରିପାରିବେ । ଧ୍ୟାନ କରିବା ଦ୍ୱାରା ମସ୍ତିଷ୍କ ଉପରେ ବହୁତ ଭଲ ପ୍ରଭାବ ପଡିଥାଏ । ଏହା ଦ୍ୱାରା ମସ୍ତିଷ୍କର ଶକ୍ତି ତେଜ ହେବା ସହ ଶରୀରକୁ ମଧ୍ୟ ବହୁ ପ୍ରକାର ଫାଇଦା ମିଳିଥାଏ ।
ବ୍ରେନ ପାୱାର ବଢ଼ାଇଥାଏ: ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଏକାଗ୍ରତା ବଢ଼ାଇଥାଏ । ଏହା ଯୋଗୁଁ ମସ୍ତିଷ୍କର କ୍ଷମତା ବଢ଼ିବାରେ ସାହାଯ୍ୟ କରିଥାଏ ।
ଷ୍ଟ୍ରେସ ଦୂର କରେ: ପ୍ରତିଦିନ ଧ୍ୟାନ କରିଲେ ଶରୀରରୁ କାର୍ଟିସୋଲ ନାମକ ଷ୍ଟ୍ରେସ ହର୍ମୋନ କମ୍ ହୋଇଥାଏ । ଏହା ଦ୍ୱାରା ଷ୍ଟ୍ରେସ ଦୂର କରିଥାଏ ।
ଡିପ୍ରେସନ କମ୍ କରେ: ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଶରୀରରେ ସେରେଟୋନିନ୍ ନାମକ ହର୍ମୋନକୁ ବାହାର କରିଥାଏ । ଏହା ଫଳରେ ଡିପ୍ରେସନ ସମସ୍ୟା ନିୟନ୍ତ୍ରିତ ହୋଇଥାଏ । ବ୍ଲଡପ୍ରେସର୍ କମ୍ କରେ: ନିୟମିତ ଧ୍ୟାନ କରିଲେ ଶରୀରରେ ରକ୍ତ ସଞ୍ଚାଳନ ସୁଧୁରିଥାଏ । ଏହା ଯୋଗୁଁ ରକ୍ତଚାପ ସମସ୍ୟା ନିୟନ୍ତ୍ରିତ ହୋଇଥାଏ ।
ନିଦ ସମସ୍ୟା ଦୂର କରେ: ନିୟମିତ ଧ୍ୟାନ କରିବା ଦ୍ୱାରା ମସ୍ତିିଷ୍କକୁ ସ୍ଫୂର୍ତ୍ତି ମିଳେ । ଏଥିଯୋଗୁଁ ରାତିରେ ଦିନ ହେବା ସମସ୍ୟା ଦୂର ହୋଇଥାଏ ।
ହୃଦ୍ରୋଗରୁ ରକ୍ଷା କରେ: ନିୟମିତ ଧ୍ୟାନ କରିଲେ ଶରୀରରେ ରକ୍ତ ସଞ୍ଚାଳନରେ ସୁଧାର ଆସିଥାଏ । ଏଥିରେ ହୃଦ୍ରୋଗର ଆଶଙ୍କା କମିଥାଏ ।
ତ୍ୱଚାର ଚମକ ବଢ଼ାଏ: ନିୟମିତ ଧ୍ୟାନ କରିବା ଦ୍ୱାରା ତ୍ୱଚା ସୁସ୍ଥ ରହିବା ସହ ଚମକ ବଢ଼ାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ