ବଜ୍ରାଘାତ ରେ ଜଣେ ବୃଦ୍ଧ ମୃତ
ଭଞ୍ଜନଗର (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ସାରଦୁଳ ଗ୍ରାମ ନିକଟ ଜାନକୀପୁର ଗାଁ ରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ଆଜି ଅପରାହ୍ନ ପ୍ରାୟ ୪ଟା ରେ ପ୍ରବଳ ବର୍ଷା ସହିତ ବଜ୍ରାଘାତ ହୋଇଥିଲା l ସେହି ସମୟରେ ରେ ୬୭ବର୍ଷ ର ବତ୍ସ ନାଇକ ନାମକ ଜଣେ ବୃଦ୍ଧ ବ୍ୟକ୍ତି ବିଲକୁ ଯାଇଥିବାବେଳେ ବଜ୍ରାଘାତ ଯୋଗୁଁ ସେ ବିଲ ରେ ପଡ଼ିଯାଇଥିଲେ l କିଛି ସମୟ ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କ ରେ ଦମକଳ ଗାଡି କୁ ଖବର ଦେବାସହିତ ସେହି ବୃଦ୍ଧ ବ୍ୟକ୍ତିର ସମ୍ପୂର୍ଣ୍ଣ ଶରୀର କୁ ଖତଗଦା ରେ ପୋତି ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ଖବର ପାଇବାପରେ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ବୃଦ୍ଧ କୁ ଉଦ୍ଧାର କରି ଦମକଳ ଗାଡ଼ିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତବ୍ୟକ୍ତିର ଶରୀର କୁ ଶବବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବାବେଳେ ପୋଲିସ ଘଟଣା ର ତଦନ୍ତ କରୁଛି l