ପ୍ରଶାସନର ହସ୍ତକ୍ଷେପ ପରେ ଫସରଫାଟିଲା ବାଲ୍ୟବିବାହ
ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଛାମୁଣ୍ଡା ଗ୍ରାମରେ ପ୍ରଶାସନ ପକ୍ଷରୁ ଆଜି ଗୋଟିଏ ବାଲ୍ୟବିବାହ କରାଯାଉଥିବା ଖବର ପାଇ ସିଡିପିଓ , ତହସିଲଦାର, ବ୍ଳକ ବିଡ଼ିଓ ଓ ପୁଲିସ ପହଞ୍ଚି ବିବାହ କୁ ରୋକିବାରେ ସମର୍ଥ ହୋଇଛି । ଏହି ଗ୍ରାମର ହରିଜନ ସାହିର ସନ୍ତୋଷ ନାଇକଙ୍କ ପୁଅ ଚଗଲା ନାଇକ ସହିତ ଭଞ୍ଜନଗର ଗାମୁଣ୍ଡି ନିକଟସ୍ଥ ଶାଳୁଆପଲ୍ଲୀ ଗ୍ରାମର ଜଣେ ୧୬ ବର୍ଷୀୟ କନ୍ୟା ସହିତ ବିବାହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବୋହୁମଧ୍ୟ ଘରକୁ ଆସିଯାଇଥିଲା। କିଛି ସମୟ ମଧ୍ୟରେ ବେଦିରେ ବସି ବିବାହ କାର୍ଯ୍ୟ ହେବାକୁ ଥିବା ବେଳେ ଖବର ପାଇ ଜଗନ୍ନାଥପ୍ରସାଦ ସିଡିପିଓ ନିଜ କର୍ମଚାରୀଙ୍କ ସହିତ ମିଶି ବାରଣ କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ପରିବାର ଲୋକ ମାନିନଥିବା ବେଳେ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପୁଲିସ ପହଞ୍ଚିବା ପରେ ବିବାହ ବନ୍ଦ ହୋଇଥିଲା । ବୋହୁ ପୁଣି କନ୍ୟା ସାଜି ନିଜ ଗାଁ କୁ ବାଇକ ଯୋଗେ ଫେରିଯାଇଛି । ବୟସ ହେଲେ ପୁଣି ଏହି ବରକନ୍ୟା ବିବାହ କରିବା ପାଇଁ ଦୁଇ ପରିବାର ଙ୍କ ପକ୍ଷରୁ ଲିଖିତ ଷ୍ଟେଟମେଟଂରେ ସମ୍ମତି କ୍ରମେ ସ୍ୱ।କ୍ଷର କରିଛନ୍ତି ।