କରୋନା ସଂକ୍ରମିତମୁଣ୍ଡରେ ହାତଦେଇ ବସିଲେଣି ହିଞ୍ଜିଳିବାସୀ ଙ୍କ ସଂଖ୍ୟା ବଢୁଛି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦେଶରେ କରୋନକୁ ନେଇ ଆତଙ୍କ ଦେଖାଦେଲାଣି । ରାଜ୍ୟରେ ସର୍ବଧିକ କରୋନା ସଂକ୍ରମିତ ଆକ୍ରାନ୍ତ ଭାବେ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ରହିଛି । କରୋନା ସଂକ୍ରମଣକୁ ନେଇ ଗଞ୍ଜାମ ଜିଲ୍ଲା ସଙ୍କଟମୟ ସ୍ଥିତି ଦେଇ ଗତି କରୁଛି । ସେଥିରୁ ବାଦ୍ ପଡ଼ିନି ଜିଲ୍ଲ।।ର ୨ୟ ବୃହତମ ସହର ହିଞ୍ଜିଳିକାଟୁ । ଏଭଳି ସ୍ଥିତିରେ ସ୍ଥାନୀୟ ସହରବାସୀ ନିଜେ ନିଜ ପାଇଁ ସମ୍ପୁର୍ଣ୍ଣ ସର୍ତକତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି । ରବିବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୪୧୪୭ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧୮୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବହୁ ଗ୍ରାମର ଲୋକେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ଥିବା ବେଳେ କିଛି ଏହାକୁ ଭୟ କରିବା ସହ ଲୁଚାଇ ରଖୁଛନ୍ତି । କିଛି ଲୋକଙ୍କର ଘୃଣାର ପାତ୍ର ହେବା ଆଶଙ୍କାରେ ମଧ୍ୟ ଘରେ ଲୁଚି ରହୁଥିବାର ଜଣାପଡ଼ିଛି । ଏହା ଫଳରେ ଗ୍ରାମରେ ହେଉ କିମ୍ବା ସହରରେ ଥଣ୍ଡା, କାଶ ଓ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ବିଗିଡ଼ିବା ପରେ ସଂକ୍ରମିତ ମାନେ ଗୁରୁତର ହୋଇ କୋଭିଡ଼ ହସପିଟାଲରେ ଚିକିତ୍ସା ସକାଶେ ଭର୍ତି ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୌରାଂଚଳର ଜଣେ ମହିଳା ଓ ଜଣେ ଯୁବତୀ ଦୀର୍ଘ ଦିନ ଧରି ଥଣ୍ଡା, କାଶ ଓ ଜ୍ୱର ଆକ୍ରାନ୍ତ ହୋଇ ଘରେ ରହିଥିବା ବେଳେ ଅବସ୍ଥା ଗୁରୁତର ହେବା ପରେ ରବିବାର ଅପରାହ୍ନରେ କୋଭିଡ଼ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ କୋଭିଡ଼ ହସପିଟାଲରେ ଚିକିତ୍ସା ସକାଶେ ଭର୍ତି ହୋଇଥିଲେ । ସେ ଦୁହିଁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସରକାରୀ ତଥ୍ୟ ଅନୁସାରେ ସ୍ଥାନୀୟ ପୌରାଂଚଳ ଓ ବ୍ଳକର ଆକ୍ରାନ୍ତଙ୍କ ସଂଖ୍ୟା ସେଂଚୁରୀ ଟପିନଥିବା ବେଳେ ବେସରକାରୀ ଭାବେ ୫ଶହରୁ ଉର୍ଦ୍ଧ୍ୱ ସଂକ୍ରମିତ ଥିବା ଆଲୋଚନା ହେଉଛି । ପୌରାଂଚଳର ୫ଜଣ କୋଭିଡ଼ ହସପିଟାଲରେ ଚିକିିତ୍ସିତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ମାତ୍ର କରୋନା ଯୋଦ୍ଧା ଭାବେ ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ କରୋନାରେ ମୃତ୍ୟୁ ହୋଇଥିବା ଦର୍ଶଯାଇଛି । ଅନ୍ୟପକ୍ଷରେ ରବିବାର ସ୍ଥାନୀୟ ଅଂଚଳର ୧୧ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ସେଥିରେ ହିଞ୍ଜିଳିର ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ହରିହର ସାହୁ ଓ ୩ ପୁଲିସ କର୍ମଚାରୀ ସଂକ୍ରମିତ ଥିବା ଜଣାପଡ଼ିଛି । ରବିବାର ଚିହ୍ନଟ ୧୧ କରୋନା ସଂକ୍ରମିତଙ୍କୁ ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀ କୋଭିଡ଼-୧୯ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଅଂଚଳବାସୀ ଆତଙ୍କିତ ହୋଇ ପଡ଼ିବା ସହ ଏଥିରୁ ମୁକୁଳିବା ପାଇଁ କୌଣସି ପ୍ରତିଷେଧକ ଟିକା ମିଳିପାରିନଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।


