ପ୍ରଶାସନ ପହଁଚିଲା ବିଳମ୍ବରେ ,ବର ବିରୁଦ୍ଧରେ ମାମଲା ରୁଜୁ
ମୋହନ, (ଅଂଶୁମାନ ପଣ୍ଡା):କଭିଡ ୧୯ ନିୟମ କୁ ଖୁଲା ଖୁଲି ଅବଲମ୍ବନ କରି ଲୁଚି ଲୁଚି ଚାଲିଥିଲା ଭୋଜି ମଜା ନେଉଥିଲେ ଗ୍ରାମ ବାସୀ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା କିନ୍ତୁ ଲୋକ ଙ୍କୁ ଲାଗିଛି ମଜା ଏପରି ଦୃଶି ଦେଖିବା କୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଠକେଳି ଗାଁରେ କୋଭିଡ଼ ନିଯମକୁ ଖୋଲା ଖୋଲି ଉଲଂଘନ କରି ଗାଁର ସୁଶାନ୍ତ ମାଳି ବାହାଘର ପାଇଁ ପ୍ରାୟ ଏକ ହଜାର ଲୋକଙ୍କୁ ନେଇ ଭୋଜି ଆୟୋଜନ କରିଥିବା ବେଳେ ତହସିଲଦାର କଲ୍ୟାଣି ସଂଘ ମିତ୍ରା ଦେବୀ ଓ ଥାନା ଅଧିକାରୀ ସୁଜିତ କୁମାର ନାୟକ ଚଢ଼ାଉ କରି ଭୋଜିକୁ ବନ୍ଦ କରିଥିଲେ ଏବଂ ସମ୍ପୃକ୍ତ ବର ସୁଶାନ୍ତ ମାଳି ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ସମ୍ପୃକ୍ତ ବର ୫୦ ଜଣଙ୍କୁ ବିବାହ ଭୋଜି ଆୟୋଜନ କରିବେ ବୋଲି ଗତ ଜୁଲାଇ ୩ ତାରିଖରେ ପୋଲିସ ଠାରୁ ଅନୁମତି ନେଇଥିଲେ । କିନ୍ତୁ ଆଜି ନିୟମ ଉଲଂଘନ କରୁଥିବା ନେଇ ପୋଲିସ ଖବର ପାଇବା ପରେ ପୋଲିସ ଓ ତହସିଲଦାର ଚଢ଼ାଉ କରିଥିବା ଭୋଜି ବନ୍ଦ କରିଥିବା ବେଳେ ବିବାହ କାର୍ଯ୍ୟ ଶେଷ ହୋଇଯାଇଥିଲା ବର ଉପରେ ମାମଲା ରୁଜୁ ପ୍ରଶାସନ ପହଂଚିବା ସମୟରେ ବାହା ଘର ସରି ଯାଇଥିଲା


