ଦିଗପହଣ୍ଡିରେ କରୋନା ଟେଷ୍ଟିଂ ସେଣ୍ଟର ଖୋଲିଲା
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଅଞ୍ଚଳରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ।ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ବହୁ ସଂଖ୍ୟକ ବ୍ୟକ୍ତି କିଛି ଦିନ ହେଲା ଜ୍ୱର ରେ ସଂକ୍ରମିତ ହୋଇ ଗୁରୁତର ଅସୁସ୍ଥ ହୋଇ ପଡିବା ସହ କରୋନା ରେ ସଂକ୍ରମିତ ହୋଇ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଦିଗପହଣ୍ଡି ଠାରେ କରୋନା ଟେଷ୍ଟିଂ ସେଣ୍ଟର ୨ ଦିନ ବନ୍ଦ ରହିବା ପରେ ତୁରନ୍ତ ଟେଷ୍ଟିଂ ସେଣ୍ଟର ଖୋଲାଯିବା କୁ ସ୍ଥାନୀୟ ଜନସାଧାରଣ ଦାବୀ କରିବାପରେ ରବିବାର ଅପରାହ୍ନ ଠାରୁ ସ୍ଥାନୀୟ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟ ରେ ଭ୍ରାମ୍ୟମାଣ କରୋନା ଟେଷ୍ଟିଂ ସେଣ୍ଟର ଖୋଲାଯାଇଥିଲା। ସେଠାରେ ୨୫ ଜଣ ଙ୍କ ସ୍ଵାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ସ୍ଥାନୀୟ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କହିଛନ୍ତି। ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ କରୋନା ଭୟ ଯୋଗୁଁ କୌଣସି ଜଣେ ହେଲେ ଡାକ୍ତର, ଫର୍ମାସିଷ୍ଟ କିମ୍ବା କର୍ମଚାରୀ ରହୁ ନାହାନ୍ତି।ସେହିପରି ପଦ୍ମନାଭପୁର, ତଲାସୀଙ୍ଗି,ଝରିପଦର,ଭୀଷ୍ମଗିରି, ଏବଂ ଗୌଡଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ବହୁଦିନ ହେଲା ଡାକ୍ତର ପଦବୀ ଖାଲି ପଡିଛି।ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୁରଣ କରାଯିବା ସହ ଆବଶ୍ୟକ ଫାର୍ମାସିଷ୍ଟ , ଷ୍ଟାଫ୍ ନର୍ସ ନିଯୁକ୍ତି କରାଯିବା। ଦିଗପହଣ୍ଡି ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ମାନଙ୍କରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ,ଅଙ୍ଗନୱାଡ଼ି,ଆଶା କର୍ମୀ ମାନଙ୍କୁ ଉନ୍ନତ ମାନର ପି ପି ଟି, ମାସ୍କ ସମେତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ଯୋଗାଇ ଦେବା।ଦିଗପହଣ୍ଡି ଓ ବମକେଇ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅପଗ୍ରେଡେସନ୍ କରାଯାଇ ସେଠାରେ ଆଇ.ସି.ୟୁ ବ୍ୟବସ୍ଥା ସହ ଭେଣ୍ଟିଲେଟର ବ୍ୟବସ୍ଥା ଉପଲବ୍ଧ ପାଇଁ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ,ସମ୍ପାଦକ ଅଶେଷ ନାଥ ମିଶ୍ର ଙ୍କ ସମେତ ଭାଜପା


