ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ବାସିଖାଦ୍ୟ ପ୍ରଦାନ ସହ ପାନୀୟ ଜଳ ଅଭାବ

ହିଞ୍ଜିଳିକାଟୁ, (ୱାଇଏନଏସ): ସଙ୍ଗରୋଧ କେନ୍ଦ୍ରରେ ବହୁ ଅବ୍ୟବସ୍ଥା ସାଙ୍ଗକୁ ବାସିଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ପାନୀୟ ଜଳର ଅଭାବ ନେଇ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା ପ୍ରବାସୀ ମାନେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳରେ ଦେଖିବାକୁ ମିଳିଛି ।ପ୍ରକାଶ ଯେ, ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବା ଫଳରେ ଦେଶବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାକୁ ମୁକାବିଲା କରିବା ଲାଗି ସରକାର ମାର୍ଚ୍ଚ ୨୩ ତାରିଖ ଠାରୁ ଲକଡ଼ାଉନ, ସଟଡ଼ାଉନ ଘୋଷଣା କରିବା ସହ ବହୁ କଟକଣା ଜାରି କରିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶ୍ରମିକ ମାନେ କାମ କରିବା ସକାଶେ ସୁରତ, ମୁମ୍ବାଇ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡ଼ୁ ପ୍ରମୁଖ ରାଜ୍ୟକୁ ଯାଇଥିଲେ । ଏଭଳି ଦୁର୍ଦ୍ଦିନ ସମୟରେ ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ ନିଜ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପରିତାପର ବିଷୟ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଭୟଙ୍କର ରୁପ ଧାରଣ କରିଛି । ଗଞ୍ଜାମ ଜିଲ୍ଲା ରେଡ଼ ଜୋନରେ ପରିଣତ ହେବା ସହ ହଟସ୍ପଟ୍ ପାଲଟିଛି । ଏଭଳି ଭୟଙ୍କର ସଙ୍କଟପୁର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା କିଛି ପ୍ରବାସୀ ପ୍ରଶାସନର କିଛି ନା କିଛି ତୃଟି ଦର୍ଶାଇ ଭିଡ଼ିଓ ଭାଇରାଲ କରୁଥିବା ଘଟଣା ଏକପ୍ରକାର ପ୍ରହସନ ପାଲଟିଛି । ମିଳିଥିବା ସୂଚନା ପ୍ରକାରେ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟକୁ ବ୍ଳକ ପ୍ରଶାସନ ପକ୍ଷରୁ କ୍ଳଷ୍ଟର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଚି । ଗତ ୪ ତାରିଖ ଠାରୁ ପର୍ଯ୍ୟାୟ କ୍ରମେସୋମବାର ସୁଦ୍ଧା ୪୩ ଜଣ ପ୍ରବାସୀଙ୍କୁ ଅବସ୍ଥାପିତ କରାଯାଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇ ଆସୁଛି । ପରିତାପର ବିଷୟ ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ବାସି ଖାଦ୍ୟ ପ୍ରଦାନ କରାଯାଉଥିବା ଏବଂ ପାନୀୟ ଜଳର ଅଭାବ ନେଇ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଅଭିଯୋଗ କରିଥିବା ଜଣାପଡ଼ିଛି । ଏ ନେଇ ସଂପୃକ୍ତ ସଙ୍ଗ୍‌ରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେସଂପୃକ୍ତ ସଙ୍ଗରୋଧ କେନ୍ଦ୍ରରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ରହିଛି । ସଙ୍ଗରୋଧ କେନ୍ଦ୍ର ପରିସରରେ ଏକ କୂଅ ରହିଥିବା ସତ୍ୱେ ଅନ୍ତେବାସୀ ମାନେ ଲୁଗାପଟା ସଫା ଓ ଶୌଚାଳୟଳ କାର୍ଯ୍ୟରେ ପିଇବା ପାଣି ବ୍ରବହାର କରୁଥିବା ଯୋଗୁଁ ପାନୀୟ ଜଳର ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ବାଦ ପ୍ରତ୍ୟେହ ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଥା ପାନୀୟ ଜଳ ଯୋଗାଣର ବନ୍ଦୋବସ୍ତ କରାଯାଉଛି । ଭିଡ଼ିଓ ଭାଇରାଲେ ପରେ ବିଡ଼ିଓ ପ୍ରସନ କୁମାର ପାତ୍ର ଘଟଣା ନେଇ କନିଷ୍ଠ ଯନ୍ତ୍ରୀ ପ୍ରସନ କୁମାର ଦଳାଇ ଓ ସଂପୃକ୍ତ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ