ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ସାନିଟାଇଜ ହେଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟକୁ ଆଜି ସଂପୂର୍ଣ୍ଣ ସାନିଟାଇଜ କରାଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟକୁ ଦୈନିକ ବହୁ ଲୋକ ଅଭିଯୋଗ ନେଇ ଆସୁଛନ୍ତି । ତେଣୁ ସେଥିପାଇଁ ସେଠାକୁ ଆସୁଥିବା ସରକାରୀ ଅଧିକାରୀ,ଜନସାଧାରଣ ଓ ଜିଲ୍ଲାପାଳଙ୍କ ଆବଶ୍ୟକ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ କୋଭିଡ-୧୯ ନିୟମ ଅନୁଯାଇ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଥିବା ସୂଚନା ଦିଆଯାଇଛି ।


