ଏବେ ପିସିସି ସଭାପତି ବଦଳିବେ ନାହିଁ : ରଂଜୀବ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ବଦଳିବେ କି ? ଏଭଳି ଚର୍ଚ୍ଚା କଂଗ୍ରେସ ଅଳିନ୍ଦରେ ଜୋର ଧରିଛି । କେତେକ ବରିଷ୍ଠ କଂଗ୍ରେସ ନେତା ପିସିସି ବଦଳିବାର ଆବଶ୍ୟକତା ସମ୍ପର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମଧ୍ୟ ସୂଚାଇ ଦେଇଛନ୍ତି । ତେବେ ସମ୍ପ୍ରତି ପିସିସି ସଭାପତି ବଦଳିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରଂଜୀବ ବିଶ୍ୱାଳ । ଶ୍ରୀ ବିଶ୍ୱାଳ କହିଛନ୍ତିଯେ, ଗୁଜୁରାଟରେ ପିସିସି ବଦଳିବା ପରେ ଓଡ଼ିଶାରେ ବଦଳିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ତାଙ୍କ ପାଖରେ ଯାହା ଖବର ଅଛି, ଏବେ ପିସିସି ବଦଳିବାର ସମ୍ଭାବନା ନାହିଁ । ସେହିପରି ସେ ମଧ୍ୟ ପିସିସି ସଭାପତି ଦୌଡ଼ରେ ନାହାନ୍ତି ବୋଲି ରଂଜୀବ ସ୍ପଷ୍ଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ