ବିଏମ୍ସି କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ କରୋନାରେ ମୃତ୍ୟୁ
ଵ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମରେ ଦିନକୁ ଦିନ କରୋନା ମୁଣ୍ଡ ନେବାରେ ଲାଗଛି । ଵ୍ରହ୍ମପୁର ସହର ମହାନଗର ନିଗମର ବଡ ବାବୁ ତଥା ମୁଖ୍ୟ କିରାଣୀ ଉପେନ୍ଦ୍ର ମାଝିଙ୍କ ଗତ କାଲି ରାତିରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଚାରି ଦିନ ପୁର୍ବେ କରୋନା ପୋଜିଟିଭ ହୋଇ କୋଭିଡ ହସ୍ପିଟାଲ ରେ ଭର୍ତି ହୋଇଥିଲେ । ବ୍ରହ୍ମପୁର ମହାନଗର ନିଗମରେ ବର୍ତମାନ ଆହୁରି କିଛି କର୍ମଚାରୀ ପୋଜିଟିଭ ହୋଇଥିବା ସୂଚନା । ଏ ନେଇ ବୁଧବାରଠାରୁ ଆସନ୍ତା ୧୪ ଦିନ ପାଇଁ ବିଏମ୍ସି କାର୍ଯ୍ୟାଳୟ ବନ୍ଦ ରହିବ। କେବଳ କୋଭିଡ କାର୍ଯ୍ୟରେ ନିୟୋଜିତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ସମସ୍ତ ବିଭାଗକୁ ବନ୍ଦ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।