ଦାମୀ ବ୍ୟାଗ୍

ଡିଜାଇନର୍ ତଥା ବ୍ରାଣ୍ଡେଡ୍ ହ୍ୟାଣ୍ଡବ୍ୟାଗ୍ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି । କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍ ଅଛି, ଯାହାର ଦାମ୍ କାହାକୁ ବି କରିଦେବ ଆଶ୍ଚର୍ଯ୍ୟ ଚକିତ । ଗୋଲ୍ଡ ଓ ଡାଇମଣ୍ଡରେ ସଜେଇ ହୋଇଥିବା ଏମିତି କିଛି ହ୍ୟାଣ୍ଡବ୍ୟାଗ୍ ସମ୍ପର୍କରେ ଚାଲନ୍ତୁ ଜାଣିବା ।
ମୌୱାଡ ୧୦୦୧ ନାଇଟ୍ସ ଡାଇମଣ୍ଡ୍ ପର୍ସ:ଏହିି ବ୍ୟାଗ୍ ଦାମ୍ ୩.୮ମିଲିଅନ୍ ଡଲାର । ଏହା ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡ୍ୱ୍ୟାଗ୍ । ୨୦୧୧ମସିହାରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ଏହା ସ୍ଥାନ ପାଇଛି । ହାର୍ଟ ଭଳି ଦେଖିବାକୁ ଏହି ବ୍ୟାଗ୍ରେ ୩୮୧.୯୨ କ୍ୟାରେଟ୍ର ୪, ୫୧୭ଟି ହୀରା ଖଚିତ ହୋଇଛି । ସେଥିରେ ୫୬ଟି ପିଙ୍କ, ୧୦୫ଟି ୟେଲୋ ଓ ୪,୩୫୬ଟି କଲର୍ଲେସ ଭାରିଆଣ୍ଟ ଡାଇମଣ୍ଡ ରହିଛି । ୧୦ ଜଣ କୁଶଳୀ କାରିଗର ୮,୮୦୦ ଘଣ୍ଟାରେ ଏହିି ପର୍ସକୁ ତିଆରି କରିଛନ୍ତି ।
ହର୍ମେସ୍ କେଲି ରୋଜ ଗୋଲ୍ଡ: ଏହି ବ୍ୟାଗ ଉପରେ କୁମ୍ଭୀର ଚମଡାର ପ୍ୟାଚ୍ ଭଳି କାରୁକାର୍ଯ୍ୟ କରାଯାଇଛି । ହର୍ମେସ ଓ ଜୁଏଲର ପିୟର୍ସ ହାର୍ଡିଙ୍କ ମିଳିତ ଉଦ୍ୟମରେ ଏହାକୁ ତିଆରି କରାଯାଇଛି । ଏଥିରେ ୧,୧୬୦ଟି ଡାଇମଣ୍ଡ୍ ଖଚ୍ଚିତ ହୋଇଛି । ଏହାର ମୂଲ୍ୟ ୨ ମିଲିଅନ ଡଲାର ।
ହର୍ମେସ ବିର୍କିନ ବ୍ୟାଗ୍: ଜାପାନିଜ୍ ଡିଜାଇନର୍ ଗିଞ୍ଜା ଟନକା ଦ୍ୱାରା ପ୍ରସ୍ତୁତ ଏହି ବ୍ୟାଗ୍ର ଦାମ୍ ୧.୯ ମିଲିଅନ ଡଲାର । ବ୍ୟାଗ୍ର ବଡିକୁ ୧୦୦ ପ୍ରତିଶତ ପ୍ଲାଟିନମ୍ରେ ତିଆରି କରାଯାଇଛି । ଏଥିରେ ୨୦୦୦ଟି ହୀରା ଖଞ୍ଜା ଯାଇଛି । ନାସ୍ପାତି ଆକାରର ୮ କ୍ୟାରେଟ୍ର ସିମରିଂ ଡାଇମଣ୍ଡ ମଧ୍ୟ ଲଗାଯାଇଛି । ଘଣ୍ଟାବ୍ୟାଣ୍ଡ୍ ଆକାରରେ ଖଞ୍ଜାଯାଇଥିବା ହୀରାକୁ ବ୍ରେସଲେଟ କିମ୍ବା ନେକ୍ଲେସ ଭାବେ ବ୍ୟବହାର କରିହେବ ।
ହରମେସ ଚେନ୍ଡ୍ ଆଙ୍କର୍ ବ୍ୟାଗ: ଚେନ୍ଗୁଡିକ ଛନ୍ଦାଛନ୍ଦି ହୋଇ ରହିଥିବା ଭଳି ଡିଜାଇନର ଏହି ବ୍ୟାଗରେ ୧,୧୬୦ଟି ଡାଇମଣ୍ଡ ଖଞ୍ଜା ହୋଇଛି । ପିରି ହାର୍ଡିଙ୍କ ଦ୍ୱାରା ଡିଜାଇନଡ୍ ଏହି ବ୍ୟାଗର ମାତ୍ର ତିନିଟି କଲେକସନ ରହିଛି । ଏହାର ଦାମ୍ ୧.୪ ମିଲିଅନ ଡଲାର ।
ଲାନା ମାର୍କ୍ସ
କ୍ଲିଓପାର୍ଟା କ୍ଲଚ୍: ଲାନା ମାର୍କ କମ୍ପାନୀ ବର୍ଷକୁ କେବଳ ଗୋଟିଏ କ୍ଲିଓପାର୍ଟା ବ୍ୟାଗ ତିଆରି କରେ । ତାହାର ଡିଜାଇନ ଓ କଲର୍ ଅଲଗା ରହେ । ମେଟାଲିକ୍ ସିଲ୍ଭର୍ ରଙ୍ଗର କୁମ୍ଭୀର(ଆମେରିକାରେ ଦେଖାଯାନ୍ତି) ଚମଡାରେ ଏହି ବ୍ୟାଗ ତିଆରି କରାଯାଏ । ଏଥିରେ ୧୮ କ୍ୟାରେଟ୍ର ହ୍ୱାଇଟ ଗୋଲ୍ଡରେ ୧,୫୦୦ ବ୍ଲାକ୍ ଓ ହ୍ୱାଇଟ ଡାଇମଣ୍ଡ ଖଞ୍ଜାଯାଇଛି । ଏହି ବ୍ୟାଗ୍ର ମୂଲ୍ୟ ୪ ଲକ୍ଷ ଡଲାର ।
ନିଲୋଟିକସ କ୍ରୋକୋଡାଇଲ ହିମାଳୟା ବିର୍କିନ:କୁମ୍ଭୀର ଚମଡାରେ ଏହି ବ୍ୟାଗ ପ୍ରସ୍ତୁତ କରାଯାଇଛି । ଏହି ବ୍ୟାଗ୍ ଉପରେ ହିମାଳୟର ପର୍ବତ ଶିଖରରେ ଆଚ୍ଛାଦିତ ଧଳା ବରଫର ଛବିକୁ ଡିଜାଇନ କରାଯାଇଛି । ଏଥିରେ ୧୮ କ୍ୟାରେଟ ଗୋଲ୍ଡରେ ୨୪୦ଟି ଡାଇମଣ୍ଡ ଖଞ୍ଜାଯାଇଛି । ଦାମ୍ ରହିଛି ପ୍ରାୟ ୩୭୯,୦୦୦ ଡଲାର ।
ଚାନେଲ “ଡାଇମଣ୍ଡ୍ ଫର୍ଏଭର’
ହ୍ୟାଣ୍ଡ ବ୍ୟାଗ୍:
ଏହି ବ୍ୟାଗ୍ର ଦାମ୍ ୨୬୧,୦୦୦ ଡଲାର । ୧୮ କ୍ୟାରେଟର ହ୍ୱାଇଟ ଗୋଲ୍ଡରେ ମୋଟ୍ରେ ୩.୫୬ କ୍ୟାରେଟ୍ର ୩୩୪ଟି ହୀରା ଲଗାଯାଇଛି । ବ୍ୟାଗର ସୋଲ୍ଡର ଷ୍ଟ୍ରାପ ୧୮ କ୍ୟାରେଟ ହ୍ୱାଇଟ୍ ଗୋଲ୍ଡ ଚେନରେ ତିଆରି ହୋଇଛି, ଯାହାକୁ ସହଜରେ ବାହାର କରିହେବ । ଚାନେଲର ଏଭଳି ମାତ୍ର ୧୩ଟି ବ୍ୟାଗ ରହିଛି ।
ଫୁକସିଆ ଡାଇମଣ୍ଡ-ଷ୍ଟଡେଡ୍ ହର୍ମେସ ବିର୍କିନ ବ୍ୟାଗ୍: ଏହି ବ୍ୟାଗରେ ୧୮ କ୍ୟାରେଟର ହ୍ୱାଇଟ୍ ଗୋଲ୍ଡ ଓ ଡାଇମଣ୍ଡ୍ର କାରୁକାର୍ଯ୍ୟ ହୋଇଛି । ଏହାର ଦାମ୍-୨୨୨,୦୦୦ ଡଲାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ