ବିଶ୍ୱର ସବୁଠୁ ଛୋଟ ଲାପ୍ଟପ୍
ଆମେରିକାର ଆଇଟି ଇଞ୍ଜିନିୟର ପଲ୍ କ୍ଲିଙ୍ଗର ବିଶ୍ୱର ସବୁଠୁ ଛୋଟ ଲାପ୍ଟପ୍ ତିଆରି କରିଛନ୍ତି । ଏହି ଲାପ୍ଟପ୍ର ସ୍କ୍ରିନ୍ ମାତ୍ର ୧ ଇଞ୍ଚ । ଏହାର ଡିସ୍ପ୍ଲେ ୦.୯୬ ସେ.ମି. । ଏହାକୁ ତିଆରି କରିବା ପାଇଁ ପଲ୍ଙ୍କୁ ୭ ଦିନ ଲାଗିଥିଲା । ଏଥିରେ ୮୫ ଡଲାର ବା ଭାରତୀୟ ମୁଦ୍ରାରେ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ପଲ୍ଙ୍କ କହିବା ଅନୁଯାୟୀ, ସେ ଏହି ଲାପ୍ଟପ୍ର ନାଁ “ଥିଙ୍କ୍ ଟିନି’ ରଖିଛନ୍ତି । ଏହି ଲାପ୍ଟପ୍ ଆଇବିଏମ୍ ଥିଙ୍କ୍ ପ୍ୟାଟ୍ର ଛୋଟ ଆକାର । ଏହି ଲାପ୍ଟପ୍ରେ କର୍ସର କଣ୍ଟ୍ରୋଲର ମଧ୍ୟ ରହିଛି । ଏଥିରେ ୩୦୦ ଏମ୍ଏଏଚ୍ର ବ୍ୟାଟେରୀ ଲାଗିଛି । ଯାହାକୁ ଚାର୍ଜ ମଧ୍ୟ କରିହେବ । ଖାସ୍ କଥା ହେଲା ଏହି ଛୋଟ ଲାପ୍ଟପ୍ରେ ୟୁଜର ଗେମ୍ ବି ଖେଳିପାରିବେ । ଥିଙ୍କ୍ପିନ୍ରେ ଏକ ୧୪ ପିନ୍ ଏଟିଏ ଟିନି ୧୬୧୪ ମାଇକ୍ରୋକଣ୍ଟ୍ରୋଲର (୨୦ ଏମ୍ଏଚ୍ଜେଡ୍) ଏକ ଛୋଟ ୧୨୮ ଙ୍ଘ ୬୪ ପିକ୍ସେଲ ଓଏଲ୍ଇଡି ଡିସ୍ପ୍ଲେ ସହିତ ଯୋଡ଼ା ଯାଇଛି । ଏଥିରେ ୭ ଲାଇନ୍ ବିଶିଷ୍ଟ କି ବୋର୍ଡ ରହିଛି ।


