ପୋଲିସ ତରଫରୁ ସଚେତନ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ସହରରେ ଗତ କିଛି ମାସ ମଧ୍ୟରେ ବାରମ୍ଭାର ୬ ଟି ଲୁଟ ଘଟଣା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅଭିନବ ଢଙ୍ଗରେ ଚୋରି କରି ଫେରାର ହୋଇଯାଇଥିବାରୁ ଅପରାଧି ମାନଙ୍କୁ ଧରିବା ପୋଲିସ ପାଇଁ କାଠିକର ପାଠ ହୋଇଛି । ଚୋରୀ କରୁଥିବା ଯୁବକ ମାନେ ହିନ୍ଦି ଭାଷାରେ କଥାବାର୍ତ୍ତା କରୁଥିବାରୁ ଅନ୍ତରାଜ୍ୟର ବୋଲି ଅନୁମାନ କରାଯାଉଛି ।ଶିକ୍ଷିତ ଯୁବକ ଓ ମହିଳା ମାନେ ମଧ୍ୟ ଲୁଟର ଶୀକାର ହେଉଛନ୍ତି । ପୋଲିସର ପରିଚୟ ଦେଇ ମହିଳାଙ୍କ ଠାରୁ ୬ ଭରି ସୁନା ଲୁଟ ଘଟଣା ପୋଲିସର ପରିଚୟ ଦେଇ ଲୁଟ କରି ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହେଉଥିବାରୁ ପୋଲିସ ତରଫରୁ ଲୁଟେରା ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରିବା ସହ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଏହି ପରି ଚୋରିର ଶୀକାର ହେଉଥିବାରୁ ବ୍ରହ୍ମପୁର ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଟିମ୍ ରହି ଲୋକ ମାନଙ୍କୁ ଜାଗ୍ରତ କରିବା ସହ ଅପରିଚିତ ଲୋକ ମାନଙ୍କ ବିଶ୍ୱାସ କରନ୍ତୁ ନାହିଁ । ସହରରେ ନକଲି ପୋଲିସର ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟ ହେଉଛି । ତେଣୁ ଆପଣ ମାନେ କୈାଣସି ଅପରିଚିତ ବ୍ୟକ୍ତିଙ୍କୁ ଅଳଙ୍କାର ଟଙ୍କା କିଛି ଦିଅନ୍ତୁ ନାହିଁ । ସନ୍ଦେହ ହେଲେ ନିକଟସ୍ଥ ପୋଲିସକୁ ଜଣାନ୍ତୁ । ପୋଲିସ କେବେ ମଧ୍ୟ ରାସ୍ତରେ ଅଟକାଇ ସୁନା ଅଳଙ୍କାର କେବେ କାହାକୁ ମାଗିବ ନାହିଁ । ତେଣୁ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କୁ ଓ ଅପରିଚିତ ବ୍ୟକ୍ତି ମାନଙ୍କ ପ୍ରତି ସତର୍କ ରୁହନ୍ତୁ ଆପଣ ମାନେ ସୁରକ୍ଷିତ ରହିପାରିହେବ ବୋଲି ପୋଲିସ ତରଫରୁ ବିଭିନ୍ନ ଛକ ଗୁଡିକରେ ଲୋକ ମାନଙ୍କୁ ବୁଝାଇବା ସହ ସଚେତନାତା କରାଯାଉଛି । ପୋଲିସର ଏହି ସଚେତନତା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ପ୍ରଂଶସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ