ପୋଲିସ ଏନକାଉଁଟରରେ ବାବୁଲି ମହାରଣାକୁ ଗୁଳିମାଡକରିଥିବା ସେକ ମେହେତାବ ଆହତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବେଶ କିଛିଦିନ ବ୍ୟବଧାନରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜିଲ୍ଲାରେ ପୁଣି ଏକ ଏନକାଉଁଟର କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାକୁ ସକ୍ଷମ ହୋଇଛି । ଗତ ଜୁଲାଇମାସ ୧୩ତାରିଖରେ ତିନିମୁହାଣି ବଜାର କମିଟି ସଭାପତି ତଥା ଧର୍ମଜାଗରଣ ସେନାର ଜିଲ୍ଲା ସଂଯୋଜକ ବାବୁଲି ଓରଫ ବିବେକାନନ୍ଦ ମହାରଣାକୁ ଗୁଲନଗର ହାଇସ୍କୁଲ ନିକଟରେ ବନ୍ଧୁକରୁ ଗୁଳି ଚଳାଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ମୁଖ୍ୟ ଅଭିଯୁକ୍ତ ଆସିଫ ଓରଫ ସେକ ମେହେତାବ(୨୬)କୁ ଜିଲ୍ଲା ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ସବଇନିସପେକ୍ଟର ପ୍ରଦୀପ୍ତ କାନୁନଗୋ ତାଙ୍କ ଟିମ ସହିତ ସଦର ଥାନା ଅଧିକାରୀ ମହେଶ୍ୱର ସେଠୀ ଏବଂ ତାଙ୍କ ଟିମ ମିଳିତ ଭାବେ ସୋମବାର ରାତି ପ୍ରାୟ ୩ଟା ୧୫ମିନିଟ ସମୟରେ ଏନକାଉଁଟର କରି ଧରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ ସେକ ମେହେତାବକୁ ଧରିବା ପାଇଁ ବିଶେଷ ସୁତ୍ରରୁ ଖବରପାଇ ଗଣ୍ଡାଖିଆ – ସାନ୍ତସାହି ରାସ୍ତାରେ ମିଳିତ ପୋଲିସ ଟିମ ଯାଉଥିବା ସମୟରେ ଏକ ନମ୍ବ ବିହୀନ ଗ୍ଲାମର ବାଇକରେ ଗଣ୍ଡାଖିଆ ପଟରୁ ଆସୁଥିବା ମେହେତାବ ଓ ତା’ର ଏକ ସାଥୀ ପେଟୁଆ ଛକ ଓ ଏରାଛକ ମଧ୍ୟରେ ହଠାତ ପୋଲିସକୁ ଦେଖିବାରେ ମେହେତାବ ପୋଲିସ ଉପରକୁ ତା’ର ବନ୍ଧୁକରୁ ୫ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା ନିମନ୍ତେ ସଦର ଥାନା ପୋଲିସ ଅଧିକାରୀ ଶ୍ରୀ ସେଠୀ ତାଙ୍କ ସର୍ଭିସ ରିଭଲଭରରୁ ମେହେତାବ ଉପରକୁ ୫ରାଉଣ୍ଡ ଗୁଳି ଚଳାଇ ଥିଲେ । ପୋଲିସ ଚଳାଇଥିବା ଗୋଟିଏ ଗୁଳି ମେହେତାବର ଦୁଇଟି ଗୋଡର ଆଣ୍ଠୁ ନିକଟରେ ବାଜିବାରୁ ସେ ବାଇକରୁ ତଳେ ପଡିଯାଇଥିଲା ଫଳରେ ପୋଲିସ ମେହେତାବକୁ କାବୁ କରିନେଇଥିବା ବେଳେ ବାଇକ ପଛରେ ବସିଥିବା ତା’ର ସହଯୋଗି ଜଣକ ଅନ୍ଧାରର ସୁଯୋଗ ନେଇ ସେଠାରୁୟ ଖସିଯାଇଥିଲେ । ପୋଲିସ ମେହେତାବ ନିକଟରୁ ୨ଟି ମୋବାଇଲ,୨ଟି ସିମ,ଆଧାରକାର୍ଡ,ଗୋଟିଏ ନମ୍ବର ବିହୀନ ଗ୍ଲାମର ବାଇକ,ଗୋଟିଏ ୯ଏମଏମ ପ୍ରିସ୍ତଲ,ନଗଦ ୯ହଜାର ଟଙ୍କା ଓ ଘଟଣା ସ୍ଥଳରୁ ୯ଟି ଖୋକା ଜବତ କରିଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡର ପୋଲିସ ସବଇନିସପେକ୍ଟର ପ୍ରଦୀପ୍ତ କାନୁନଗୋ ସୂଚନା ଦେଇଛନ୍ତି । ମେହେତାବକୁ ପୋଲିସ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବରପାଇ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ମେହେତାବକୁ ଦେଖିବା ପରେ ତାକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ମେହେତାବ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉଦ୍ଧ୍ୱର୍ ସଂଗୀନ ମାମଲା ରହିଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡର ପୋଲିସ ସବଇନିସପେକ୍ଟର ଶ୍ରୀ କାନୁନଗୋ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ