ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ, ୬ା୮ା୨୦୧୯: ଶ୍ରୀ ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲ କର୍ପୋରେସନର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣକରିଛନ୍ତି । ପୂର୍ବରୁ ସେ, ଇଣ୍ଡିଆନ୍ ଅଏଲ୍ର କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଫାଇନାନ୍ସ) ଏବଂମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ଏତଦ୍ବ୍ୟତୀତ ଶ୍ରୀ ସନ୍ଦୀପ କୁମାର ଗୁପ୍ତା କର୍ପୋରେଟ ଆକାଉଣ୍ଟସ୍,ଟ୍ରେଜେରୀ, ନିବେଶ ମୂଲ୍ୟାଙ୍କନ ଏବଂ ବିପଦ ପରିଚାଳନା ବିଭାଗର ମୁଖ୍ୟ ଅଧିକାରୀ (ଅତିରିକ୍ତ ଦାୟିତ୍ୱ) ଭାବେ କାର୍ଯ୍ୟ କରୁଥିଲେ ।ଜଣେ ବାଣିଜ୍ୟ ସ୍ନାତକ ଏବଂ ଚାଟାର୍ଡ ଆକାଉଣ୍ଟ ଭାବେ, ଶ୍ରୀ ଗୁପ୍ତାଙ୍କର ଇଣ୍ଡିଆନ ଅଏଲରେ ୩୧ ବର୍ଷର ଅଭିଜ୍ଞତା ରହିଆସିଛି । ଏହାସହ ଗତ ଦୁଇ ଦଶନ୍ଧି ଧରି ଇଣ୍ଡିଆନ ଅଏଲର ଉତ୍ତର, ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତର ରିଫାଇନରୀ ଏକକଗୁଡ଼ିକର ଅର୍ଥ ଏବଂଲେଖାଙ୍କନ ସମ୍ବନ୍ଧୀୟ ବିଭିନ୍ନ ଦାୟିତ୍ୱଗୁଡ଼ିକୁ ସୂଚାରୁ ରୂପେ ପରିଚାଳନା କରିବା ସହ ଇଣ୍ଡିଆନ ଅଏଲର ରିଫାଇନରୀଜ୍ ମୁଖ୍ୟକାର୍ଯ୍ୟାଳୟ ଏବଂ କର୍ପୋରେଟ ଅଫିସରେ ହାଇଡ୍ରୋକାର୍ବନ ଚୁକ୍ତି, କର୍ପୋରେଟ ଆକାଉଣ୍ଟସ, ଯୋଜନା ଏବଂ ସମୀକ୍ଷା, ଟ୍ରେଜରୀ
ପରିଚାଳନା, ଅର୍ଥନୈତିକ ସହମତି, ବିପଦ ପରିଚାଳନା ଆଦି କ୍ଷେତ୍ରରେ ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି ।ପୂର୍ବ ଦଶକ ଅବଧି ମଧ୍ୟରେ ଶ୍ରୀ ଗୁପ୍ତାଙ୍କର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଏବଂ ଯୋଗଦାନ ରହିଆସିଛି । ଯେପରିକି, ଦୁଇଟିବିଶ୍ୱସ୍ତରୀୟ ତୈଳମୂଲ୍ୟ ଚକ୍ର, ନିମ୍ନମୂଖୀ ରିଫାଇନରୀ ମାର୍ଜିନ, ମୂଲ୍ୟାଙ୍କନର ସମୀକ୍ଷା, ପେଟ୍ରୋଲ/ଡିଜେଲର ନିୟମିତ ଦର ନିୟନ୍ତ୍ରଣ,ଇଣ୍ଡଆସ୍ କୁ ପରିବର୍ତ୍ତନ, ଅଭୂତପୂର୍ବ ଇସିବି, ପ୍ରଥମ ଥର ପାଇଁ ଶେୟାରଗୁଡ଼ିକର ପୁନଃକ୍ରୟ ଇତ୍ୟାଦି । ସେ ଅନେକ ହିତାଧିକାରୀଙ୍କନିମନ୍ତେ ଅନୁକୂଳ ସ୍ୱଚ୍ଛ ପଦକ୍ଷେପ ମଧ୍ୟ ଆରମ୍ଭ କରିଛନ୍ତି ଯେପରିକି, ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ପ୍ରଥମ ଏକୀକୃତ ବାର୍ଷିକ ରିପୋର୍ଟଏବଂ ତ୍ରୈମାସିକ ଆଧାରରେ ସମ୍ମିଳିତ ଆର୍ôଥକ ଫଳାଫଳ ଘୋଷଣା ଆଦି ଅନ୍ତର୍ଭୁକ୍ତ ।ଇଣ୍ଡିଆନ ଅଏଲର ପୂର୍ଣ୍ଣ ସ୍ୱତ୍ତ୍ୱାଧିକାରୀ ବିଦେଶୀ ସହାୟକ କମ୍ପାନୀ, ଆଇଓସି ମଧ୍ୟ ପୂର୍ବ ଏଫ୍ଜେଡ୍ଇ ଏବଂ ଘରୋଇ ସଂଯୁକ୍ତଉଦ୍ୟୋଗ କମ୍ପାନୀ, ଇଣ୍ଡିଆନ ଅଏଲ ପେଟ୍ରୋନସ ପ୍ରାଇଭେଟ ଲିଃ ଆଦି କମ୍ପାନୀଗୁଡ଼ିକର ବୋର୍ଡ ସଦସ୍ୟ ଭାବେ ଶ୍ରୀ ଗୁପ୍ତାଙ୍କ ଉଚ୍ଚକୋଟୀର ଅଭିଜ୍ଞତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ