ଏଣିକି ଦୈନିକ ୧୦ ହଜାର ଟେଷ୍ଟ

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦୈନିକ ୧୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । ମୋଟ ୧୦ ହଜାରରୁ ଆରଟି-ପିସିଆରରେ ୭ ହଜାର ଏବଂ ୩ ହଜାର ଆଣ୍ଟିଜେନ ଟେଷ୍ଟ କରାଯିବ । ଏଥିସହ ଆଉ ୨ ଲକ୍ଷ ଆଣ୍ଟିଜେନ କିଟ ଅଣାଯିବାବୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଆମ ପାଇଁ ଆଗାମୀ ୧୫ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । କଟକ, ଯାଜପୁର, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୬୦% ଅଧିକ କେସ ଆସୁଥିବାରୁ ଲକଡାଉନ କରାଯାଇଛି । ଲକଡାଉନ ବିଜ୍ଞାନ ସମ୍ମତ ଏବଂ ଏହାର ଆବଶ୍ୟକତା ଅଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ