ଜିଲ୍ଲାରେ କ୍ଷମତା ଏକ୍ସପ୍ରେସ ପରିକ୍ରମା ସମ୍ପର୍କରେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ନିୟମ ୨୦୧୬ ଅନୁଯାଇ ଆଉଟ ସୋର୍ସିଂ ବ୍ୟବସ୍ଥା ମାଧ୍ୟମରେ ଏକ ମୋବାଇଲ ରିହାବିଲିଟେସନ ଭେଇକିଲ “କ୍ଷମତା ଏକ୍ସପ୍ରେସ”ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଗୋଟିଏ କରି ପଂଚାୟତ ପରିଭ୍ରମଣ କରିବା ସହିତ ସେହି ପଂଚାୟତରେ ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମ ବ୍ୟକ୍ତି,ବରିଷ୍ଠ ନାଗରିକ,ବିଭିନ୍ନ ଘଟଣାର ପିଡିତା ମହିଳା,ଭିକାରୀ,ଅସହାୟା, ବିଧବା,ସ୍ୱାମୀ ପରିତ୍ୟକ୍ତା ମହିଳା,ଛାଡପତ୍ର ପାଇଥିବା ଏବଂ ଅଲଗା ରହୁଥିବା ମହିଳା ଓ ୩୦ବର୍ଷରୁ ଉଦ୍ଧ୍ୱର୍ ଅବିବାହିତା ମହିଳାମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ପରୀକ୍ଷାନିରୀକ୍ଷା କରାଯିବା ସହିତ ସେ ସଂକ୍ରାନ୍ତୀୟ ସଂପୂର୍ଣ୍ଣ ରିପୋର୍ଟ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପଠାଯିବାକୁ ବିଭାଗ ପକ୍ଷରୁ ଜିଲ୍ଲାପାଳ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଏହି ଉପଲକ୍ଷେ ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ବର୍ମା ଏହି ଅବସରରେ କହିଥିଲେ ଯେ କେବଳ ଭତ୍ତା ବା ହୁଇଲ ଚେୟାର ବାଂଟିଦେଲେ ହେବନାହିଁ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ନିକଟରେ ପହଁଚାଇବା ସହିତ ସେହିସବୁ ଯୋଜନାର ସୁଫଳ ଯେଭଳି ସେମାନଙ୍କୁ ମିଳିପାରିବ ସେଥି ପାଇଁ ପ୍ରୟାସ ଜାରିରଖିବାକୁ ପଡିବ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ,ମମତା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମନୋରଞ୍ଜନ ଦାସ,ସମସ୍ତ ସିଡିପିଓ,ଆଉଟ ସୋର୍ସିଂ ସଂସ୍ଥା କଟକର ଏ.ଏ.ସି.ଟି. ପକ୍ଷରୁ ଚନ୍ଦନ ମହାନ୍ତି, ସୁପରଭାଇଜର ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ଯୋଗଦେଇ ଜିଲ୍ଲାରେ ଏହି ଶିବିର ଗୁଡିକ କିଭଳି ସୁରୁଖୁରୁରେ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରୀକ୍ଷା ମୁଳକ ଭାବରେ ଆରମ୍ଭ କରାଯାଇଥିବା ଏହି କ୍ଷମତା ଏକ୍ସପ୍ରେସ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୯ଟି ବ୍ଲକର ଗୋଟିଏ କରି ପଂଚାୟତ ପରିକ୍ରମା କରିବା ସହ ସେଠାରେ ଅୟୋଜିତ ଶିବିରରେ ଚଳିତମାସ ୧୯ତାରିଖରୁ ଯୋଗଦେବାକୁ ନିଷ୍ପତି କରାଯାଇଛି । ୨/୩ ମାସ ପରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପଂଚାୟତ ଗୁଡିକରେ ଏହିପରି ଶିବିରର ଆୟୋଜନ କରାଯିବ ବୋଲି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ