ନୀଳକଣ୍ଠେଶ୍ଵର ମନ୍ଦିର ନିକଟ ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗୋଶାଣୀନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠେଶ୍ଵର ମନ୍ଦିର ନିକଟ ପୋଖରୀ ରେ ବୁଡି ମିନାକ୍ଷୀ ନଗର ଅଞ୍ଚଳ ର ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ଯୁବକର ନାମ ବୁଲୁ ପାତ୍ର ଓ ବୟସ ୪୦ବର୍ଷ ବୋଲି ଜଣା ପଡିଛି। ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଆସି ବୁଲୁ ପାତ୍ର ଙ୍କ ମୃତ ଶରୀର କୁ ପୋଖରୀ ରୁ ବାହାର କରିଛନ୍ତି । ବୁଲୁ ପାତ୍ର ଙ୍କ ପରିବାରରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗିରହିଥିଲା। ସେ କିଛିଦିନ ହେଲା ଡିପ୍ରେସନ କୁ ଚାଲି ଯାଇଥିଲେ । ତେବେ ଆଜି ସକାଳେ ସେ ଉକ୍ତ ପୋଖରୀ ନିକଟରେ ବସିଥିବା ବହୁ ଲୋକମାନେ ଦେଖିଛନ୍ତି। ଗୋଶାଣୀନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୁଲୁଙ୍କ ମୋବାଇଲ ଫୋନରୁ କଲ ରେକର୍ଡ ଦେଖିଲେ ଅଧିକ ତଥ୍ୟ ହାସଲ ହୋଇ ପାରିବ।


