ଭକ୍ତରାମ ଜ୍ୟେଷ୍ଠି ଓ କୋଚ୍ ସୀତା ଜେନାଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ): ଇତି ମଧ୍ୟରେ ଅଷ୍ଟ୍ରଲିଆଠାରେ ରାଜ୍ୟ ଗୋଷ୍ଠୀ କ୍ରିଡା ପ୍ରତିଯୋଗୀତାରେ ଭାରୋତ୍ତୋଳନ
କ୍ଷେତ୍ରରେ ଭାରତ ପକ୍ଷରୁ ଅଂଶ ଗ୍ରହଣ କରିଥିବା ଭକ୍ତରାମ ଜ୍ୟେଷ୍ଠି ୪୯ କେଜି ବର୍ଗରେ ୧୮୫ କେଜି ଓଜନର ଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ପାଇରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଭାରୋଉତ୍ତୋଳନ କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ରେଭେନ୍ୟୁ ଆଇବି ସମ୍ମିଳନୀ କକ୍ଷରେ କ୍ରିଡାବିତ ସ୍ୱର୍ଣ୍ଣ ପଦକ ବିଜେତା ଜ୍ୟେଷ୍ଠିଙ୍କ ସହ ତାଙ୍କ ପ୍ରଶିକ୍ଷକ ସୀତା ଜେନାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉଭୟଙ୍କୁ ମାନପତ୍ର , ଉପଢୌକନ , ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ବକ୍ତମାନେ ସେମାନଙ୍କ ଭୁୟସୀ ପ୍ରଶଂସା କରିବାସହ ଉତ୍ତୋରଉତ୍ତର ଉନ୍ନତ୍ତି କାମନା କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ନାରାୟଣ ସାହୁ , ଜିଲ୍ଲା ସଂପାଦକ ଗାଗାରି ନାୟକ, ସଭାପତି ସଚ୍ଚିଦାନଦ ଦାସ, ଲକ୍ଷ୍ମୀ ନାରାୟଣ ରାଉତ, ରମେଶ ଚନ୍ଦ୍ର ପାଢୀ, ଏସ. ରାମାରାଓ, ପୁର୍ଣ୍ଣ ଚନ୍ଦ୍ର ବେହେରା, ଉଦୟ ନାଥ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।


