ଦୁଷ୍କର୍ମ ପରେ ଘରେ ଛାଡିଦେବାକୁ କହି ଅନ୍ୟ ଯୁବକ କାର ଭିତରେ କଲେ ଗଣଦୁଷ୍ମର୍ମ
ଗୁରୁଗ୍ରାମ: ହରିଆଣାର ପୁନହାନାଠାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜଣେ ୧୫ ବର୍ଷିୟ ନାବାଳିକା ସହ ଦୁଷ୍ମର୍ମ କରିବା ପରେ ଅନ୍ୟ କିଛି ଯୁବକ କାରରେ ଯୁବତୀଙ୍କୁ ବସାଇ ଗ୍ରାମରେ ଛାଡିଦେବାକୁ କହି କାର ଭିତରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜ୍ୟା ଜନକ ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ମିଳିଥିବା ଖବର ଅନୁଯାୟୀ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ଜଣେ ପରିଚିତ ଯୁବକ ଆସି ନାବାଳିିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଫୋନ ମାଧ୍ୟମରେ ଦୁଇ ସାଙ୍ଗକୁୂ ଡାକି ଦୁଷ୍କର୍ମ କରିବା ପରେ ରାସ୍ତା କଡରେ ଯୁବତୀ ଜଣକୁ ଫୋପାଡି ଚାଲିଯାଇଥିଲେ । ଏହା ସହ ଯୁବତୀ ଜଣକୁ ଦୁଷ୍କର୍ମ କରିବା ସମୟରେ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭିତ କରାଇ ଯୁବତୀ ଜଣକୁ ଦୁଷ୍କର୍ମ କରିବା ପରେ ଅସହାୟ ଅବସ୍ଥାରେ ପଡିରହିଥିବା ଯୁବତୀ ଜଣକୁ କାରରେ ଯାଉଥିବା ଯୁବକ ମାନେ କାରରେ ନିଜ ଗ୍ରାମରେ ଛାଡିଦେବା ପାଇଁ ସହଯୋଗର ହାତ ବଢାଇଥିଲେ ।ଯୁବତୀ ଜଣକ କାରରେ ବସିବା ପରେ ଯୁବତୀ ଜଣକୁ କାରରେ ବସିଥିବା ଦୁଇ ଜଣ ଯୁବକ ମିଶି କାର ଭିତରେ ଦୁଷ୍କର୍ମ କରିଥିଲେ । ଘଟଣାର ଗୋଟିଏ ଦିନ ପରେ ଝିଅକୁ ପରିବାର ଲୋକେ କିଛି ପଚାରିବାରୁ ନାବାଳିକା ଜଣକ କିଛି କହିନଥିଲେ । ଏହା ପରେ ବାପା ଓ ମା କିଛି ସମୟ ପରେ ନାବାଳିକା ଜଣକ ନିଜ ମୁହଁରେ ଦୁଷ୍କର୍ମ ହୋଇଥିବା କହିବା ପରେ ବାପା ଓ ମା ନିକଟସ୍ଥ ପୋଲିସ ଷ୍ଟେସନରେ ପହଞ୍ଚି ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ବାରମ୍ବାର ଏହି ଭଳି ଲଜ୍ଜ୍ୟା ଜନକ ଘଟଣା ଘଟିଥିବାରୁ ଲୋକ ମାନଙ୍କର ମାନସିକତାରେ ପରିବତ୍ତନ ପାଇଁ ଆବଶ୍ୟକ ଓ ଆଇନ କାନୁନ ସୁଦୃଢ କରାଗଲେ ମଧ୍ୟ ଅପରାଧି ମାନଙ୍କର ଏଥି ପ୍ରତି ଟିକିଏ ବି ଭୂକ୍ଷେପ ନାହିଁ । ତେଣୁ ତଦନ୍ତ କରି ଉଚିତ ନାବାଳିକାଙ୍କୁ ନ୍ୟାୟ ଦେବାସହ କଣ କରିଲେ ନରରୁପି ରାକ୍ଷାସ ମାନଙ୍କ ଠାରୁ ନାବାଳିକା ଠାରୁ ଆରମ୍ଭ କରି ମହିଳା ମାନେ କିପରି ସୁରକ୍ଷିତ ରହିପାରିବେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ ।


