ସମାଜସେବୀ ପ୍ରତାପଙ୍କ ଯୋଗୁଁ ବଞ୍ôଚଗଲା ଦୁଇଟି ଜୀବନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭୁବନେଶ୍ୱର ୟୁନିଟ୍‌-୪ ମସ୍‌ଜିଦ୍ ଛକ ସମ୍ମୁଖ ରାସ୍ତାକଡ଼ରେ ଜଣେ ଗର୍ଭବତୀ ମହିଳା ପଡ଼ି ଛଟପଟ ହେଉଥିଲେ । ରାସ୍ତାକଡ଼ରେ ଦୀର୍ଘ ସମୟ ଧରି ଛଟପଟ ହେଉଥିଲେ ମଧ୍ୟ ଲକଡ଼ାଉନ୍ ଯୋଗୁ ରାସ୍ତାଘାଟ ଶୂନଶାନ ଥିବାରୁ ତଥା କରୋନା ଭୟରେ କେହି ତାଙ୍କ ପାଖ ମାଡ଼ୁନଥିଲେ । ଫଳରେ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଖୋଦ ରାଜଧାନୀ ରାଜରାସ୍ତାରେ । ତାଙ୍କ ପାଖରେ ତାଙ୍କର ଛୋଟପୁଅ ଛିଡ଼ାହୋଇ କାନ୍ଦୁଥିବାର ଦୃଶ୍ୟ ପରିସ୍ଥିତିକୁ ଆହୁରି ଗମ୍ଭିର କରିଦେଇଥିଲା । ୟୁନିଟ୍‌-୪ ଅଞ୍ଚଳରେ ଜଣେ ଆସନ୍ନ ପ୍ରସବାଙ୍କ ଏଭଳି ଦୁର୍ଦ୍ଦଶା ଦେଖି ସେହି ରାସ୍ତା ଦେଇ ଯାଉଥିବା ଜଣାଶୁଣା ସମାଜସେବୀ ପ୍ରତାପ ସାହୁଙ୍କ ନଜରରେ ପଡ଼ିଥିଲା । ମହିଳାଜଣଙ୍କ ଏଦାଦୃଶ ଅବସ୍ଥା ଦେଖି ପ୍ରତାପ ତୁରନ୍ତ ସେଠାରେ ଅଟକି ଯାଇ କ୍ୟାପିଟାଲ ହସ୍ପିଟାଲକୁ ନେବା ପାଇଁ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍ ପହଞ୍ôଚଥିଲା ସତ, ହେଲେ ଭ୍ୟାନରେ ହସ୍ପିଟାଲ ନେବା ପାଇଁ କୌଣସି ସୁବିଧା ନଥିବାରୁ ଆମ୍ବୁଲାନ୍ସର ସହାୟତା ଲୋଡ଼ିଥିଲେ ପ୍ରତାପ । ସେ ପ୍ରଥମେ ୧୦୨କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିିନଥିଲା । ଶେଷରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ, ମାତ୍ର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ପ୍ରତାପଙ୍କ ସହିତ ବିତଣ୍ଡା ଯୁକ୍ତିତର୍କ କରିଥିଲେ । ଫଳରେ ପ୍ରାୟ ଅଧଘଣ୍ଟା ପରେ ଆମ୍ବୁଲାନ୍ସ ଆସି ପହଞ୍ôଚଥିଲା ହେଲେ ସେଥିରେ ପ୍ରସୂତିଙ୍କୁ ନେବା ପାଇଁ ଷ୍ଟ୍ରେଚରର ସୁବିଧା ନଥିଲା କି ପ୍ରସୂତିଙ୍କୁ ଗାଡ଼ିରେ ଚଢାଇବା ପାଇଁ ମଧ୍ୟ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ପ୍ରତାପ ଆମ୍ବୁଲାନ୍ସକୁ ସାନିଟାଇଜ କରିବା ପରେ ନିଜେ ବହୁ କଷ୍ଟରେ ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଆମ୍ବୁଲାନ୍ସରେ ଯିବା ବାଟରେ ମହିଳା ଜଣକ ଅଧିକ ଯନ୍ତ୍ରଣାରେ ଛଟପଟ ହୋଇଥିଲେ କାରଣ ଆମ୍ବୁଲାନ୍ସରେ ଡ଼୍ରାଇଭର ବ୍ୟତୀତ ଅନ୍ୟ କୌଣସି ମହିଳା କର୍ମଚାରୀ ନଥିଲେ । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ମହିଳାଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରତାପଙ୍କ ସଚ୍ଚୋଟ ପଣିଆ ଯୋଗୁଁ ଦୁଇଟି ମୂଲ୍ୟବାନ ଜୀବନ ବଞ୍ôଚଯାଇଥିଲା । ପ୍ରତାପଙ୍କ ଏତାଦୃଶ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୂରୀ ଭୂରୀ ପ୍ରଶଂସା କରିଥିଲେ । ଆଜି ଶ୍ରୀଯୁକ୍ତ ସାହୁ ମହିଳାଜଣକ ରହୁଥିବା ସ୍ଥାନକୁ ଯାଇ ତାଙ୍କର ପିଲାମାନଙ୍କୁ ନେଇ ସ୍ଥାନୀୟ ଏକ ହୋଟେଲକୁ ନେଇ ଖାଇବା ପିଇବାର ବନ୍ଦୋବସ୍ତ କରାଇବା ସହ ଭଲମନ୍ଦ ପଚାରି ବୁଝିଥିଲେ । ମହିଳା ଜଣକ ନିଜ ପିଲାମାନଙ୍କୁ ଧରି ଗତ କିଛିବର୍ଷ ହେବ ୟୁନିଟ୍‌-୪ ମସ୍‌ଜିଦ୍ ନିକଟ ରାସ୍ତାକଡ଼ରେ ବସବାସ କରନ୍ତି ଏବଂ ଆଖପାଖ ଅଞ୍ଚଳ ଲୋକମାନଙ୍କ ଠାରୁ ମାଗିଯାଚି ଚଳନ୍ତି । ପ୍ରତାପ ସାହୁ କରୋନା ମହାମାରୀ ସମୟରେ ଦୀର୍ଘ ୩ ମାସ ମଧ୍ୟରେ ଉକ୍ତ ମହିଳା ଓ ତାଙ୍କ ପିଲାମାନଙ୍କୁ ବିଭିନ୍ନ ସମୟରେ ମାସ୍କ, ହ୍ୟାଣ୍ଡୱାସ୍‌, ବିସ୍କୁଟ, ସାନିଟାଇଜର, ତେଲ, ଚାଉଳ, ଅଣ୍ଡା, ମାଛ ଯୋଗାଇ ଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ