ଗୋପିନାଥପୁର ପଞ୍ଚାୟତକୁ ସର୍ବାଧିକ ଅମ୍ଫାନ ଅନୁଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଗତ ମେ ମାସରେ ଅମ୍ଫାନ୍ ବାତ୍ୟାରେ ବନ୍ତ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ କ୍ଷୟକ୍ଷତି ହୋଇଥିଲା । ପ୍ରଶାସନ ତରଫରୁ କ୍ଷୟକ୍ଷତିର ଆକଳନ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ଓଡିଶା ସରକାର ରାଜ୍ୟ କ୍ଷୟକ୍ଷତିର ଆକଳନ କରି କେନ୍ଦ୍ର ସରକାରଙ୍କ ପାଖରେ ପୁନରୁଦ୍ଧାର ପାଇଁ ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ଏହା ମଧ୍ୟରେ କେନ୍ଦ୍ର ସରକାର କ୍ଷୟକ୍ଷତିର ଆକଳନ କରି ପୁନରୁଦ୍ଧାର ଏବଂ ମରାମତି କାର୍ଯ୍ୟ ନିମନ୍ତେ ରାଜ୍ୟ ସରାକାରଙ୍କୁ ଅନୁଦାନ ପ୍ରଦାନ କରିଛନ୍ତି । ସେହି କେନ୍ଦ୍ରୀୟ ଅନୁଦାନ ରାଶିରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଗୃହ, ଅଙ୍ଗନୱାଡି କେନ୍ଦ୍ର ଓ ରାସ୍ତା ମରାମତି ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବନ୍ତ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇଥିବା ପ୍ରକଳ୍ପ ଗୁଡିକର ମରାମତି ପାଇଁ ଅନୁଦାନ ମଞ୍ଜୁର ହୋଇଛି । ବିଶେଷ ଭାବେ ସମସ୍ତ ଗ୍ରାମ ପଞ୍ଚାୟତର ବିଦ୍ୟାଳୟ, ଅଙ୍ଗନୱାଡି ଗୃହ, ରାସ୍ତା ମରାମତି ପ୍ରକଳ୍ପ କାର୍ଯ୍ୟ ଆମମ୍ଭ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବନ୍ତ ବ୍ଲକର ଗୋପିନାଥପୁର ଗ୍ରାମ ପଞ୍ଚାୟତକୁ ସର୍ବାଧିକ ଅଫାନ୍ ଅନୁଦାନ ଆସିଥିବା ଜଣାଯାଇଛି । ଗୋପିନାଥପୁର ପଞ୍ଚାୟତର କାଣ୍ଡବା ନୋଡାଲ ସ୍କୁଲ , ପାହାଡପୁର ନୋଡାଲ ସ୍କୁଲ, ଶ୍ରୀରାମପୁର ୟୁ.ପି.ସ୍କୁଲ, ସାହୁପଡା ୟୁ.ପି.ସ୍କୁଲ, ସାନସନ୍ଦାଡୋ ପ୍ରାଇମେରୀ ସ୍କୁଲ, ତାଜିପୁର ପ୍ରାଇମେରୀ ସ୍କୁଲ, ବଡସନ୍ଦାଡୋ ୟୁ.ପି.ସ୍କୁଲ, ତୁଳିପଦା ପ୍ରାଇମେରୀ ସ୍କୁଲ ପାଇଁ ୨ ଲକ୍ଷ ଲେଖାଏ ଟଙ୍କା ଅନୁଦାନ ଆସିଥିବା ବେଳେ ମାର୍କଣ୍ଡପୁର ଛକ ଆର.ଡି ରାସ୍ତା ଠାରୁ କେନାଲ ବନ୍ଧ ମରାମତି ପାଇଁ ୧ ଲକ୍ଷ ୫୦ ହଜାର, କେନାଲ ବନ୍ଧରୁ ସାନସାହୁପଡା ରାସ୍ତା ମରାମତି ପାଇଁ ୨ ଲକ୍ଷ ୨୫ ହଜାର, କେନାଲ ବନ୍ଧରୁ ତୁଳିପଦା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ୨ ଲକ୍ଷ ୨୫ ହଜାର ଅନୁଦାନ ରାଶି ମଞ୍ଜୁର ହୋଇଥିବା ଜଣାଯାଇଛି । ଗୋପିନାଥପୁର ପଞ୍ଚାୟତକୁ ମୋଟ ୨୪ ଲକ୍ଷ ଟଙ୍କା ମରାମତି ପାଇଁ ଅମ୍ଫାନ୍ ଅନୁଦାନ ରାଶି ଆସିଛି । ସେହିପରି ପୁରୁଷଣ୍ଢ ନୋଡାଲ ସ୍କୁଲ, ରଇଁତିରା ନୋଡାଲ ସ୍କୁଲ, ମୁଣ୍ଡୁଳି ସ୍କୁଲ, ପୁରୁଷଣ୍ଢ ଏଚ୍‌.ଏମ୍‌.ସାହା ପିପିଏସ, ଚାରିଗାଁ ନୋଡାଲ ୟୁପି ସ୍କୁଲ, ଇଟୁଆ ସ୍କୁଲ, ତେଲନଟି ସ୍କୁଲ, ଅଣିଜୋ ସିନ୍ଧୁକେଶ୍ୱର ହାଇସ୍କୁଲ, ସରକାରୀ ୟୁପି ସ୍କୁଲ ନରିପୁର, ଯୁଧିଷ୍ଠିର ନୋଡାଲ, ପାଟପୁର ପି.ଏସ୍‌, ବିରିଡି ନୋଡାଲ ୟୁପି ସ୍କୁଲ, ଯଶୋବନ୍ତପୁର ୟୁପି ସ୍କୁଲ ଆଦିକୁ ୨ ଲକ୍ଷ କରି ଅନୁଦାନ ଆସିଛି । ସେହିପରି ଆଡିଆର ୮ଟି ବିଦ୍ୟାଳୟ ଗୃହ ମରାମତି ପାଇଁ ୧୬ ଲକ୍ଷ, ବଡବର୍ଚ୍ଚିକୟାଁର ୫ଟି ଗୃହ ମରାମତି ପାଇଁ ୧୪ ଲକ୍ଷ, ନିଳୋକର ୭ଟି ବିଦ୍ୟାଳୟ ଗୃହ ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ