୬ଦଫା ଦାବି ପୂରଣ ନେଇ ସ୍ବାଧୀନତା ସଂଗ୍ରାମୀ ଓ ଶହିଦ୍ ପରିବାର ଦାୟଦମାନଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଧାମନଗର (ଓ୍ବାଇଏନଏସ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶହୀଦ୍ ଭବନ ଇରମ ଠାରେ ବୁଧବାର ୧୧ଟା ସମୟରେ ୬ଦଫା ଦାବି ପୂରଣ ନେଇ ସ୍ବାଧୀନତା ସଂଗ୍ରାମୀ ଓ ଶହିଦ୍ ପରିବାର ଦାୟଦମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ପୂରଣ ନହେଲେ ଆସନ୍ତା ଇରମ ଏବଂ ଲୁଣିଆରେ ୮୪ ତମ ସହିଦ ଦିବସ ବର୍ଜନ କରିବା ପାଇଁ ସହିଦ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।ସ୍ବାଧିନତା ସଂଗ୍ରାମୀ ଭାସ୍କର ଚନ୍ଦ୍ର ପଲାଇଙ୍କ ଦାୟଦ ହରେକୃଷ୍ଣ ପଲେଇଙ୍କ ସଭାପତିତ୍ଵରେ ସାମ୍ବାଦିକ ରଞ୍ଜନ କୁମାର ନାୟକ ସଭାମଞ୍ଚ ପରିଚଳନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରପତିଙ୍କ ଦ୍ବାରା ଅନେକ ଥର ସମ୍ମାନିତ ହୋଇଥିବା ସଂଗ୍ରାମୀ ବ୍ରଜକିଶୋର ରାଉତ ଯୋଗ ଦେଇ ସହିଦ ଓ ସଂଗ୍ରାମୀ ପରିବାରର ଦାୟଦମାନଙ୍କ ପକ୍ଷରୁ ଯେଉଁ ଦାବି କରିଛନ୍ତି ସେଗୁଡିକର ଯଥାଶୀଘ୍ର ସରକାର ପୂରଣ କରନ୍ତୁ ଏବଂ ବିଭିନ୍ନ  ସରକାରୀ ସହାୟତା ଯୋଗାଇଦେବାକୁ ସଂଗ୍ରାମୀ ଶ୍ରୀ ରାଉତ ବକ୍ତବ୍ୟ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଭଦ୍ରକ ଜିଲ୍ଲାର ବହୁ ସ୍ଵାଧିନତା ସଂଗ୍ରାମୀ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଭାରତଛାଡ ଆନ୍ଦୋଳନ ସକ୍ରିୟ ଭୁମିକା ଗ୍ରହଣ କରି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସ୍ୱାଧିନ କରିଥିଲେ।ସେହି ଆନ୍ଦୋଳନରେ ଭଦ୍ରକ ଜିଲ୍ଲାର ବହୁ ଛାତ୍ର ଓ ଯୁବକମାନେ  ବାଲ୍ୟ ଅବସ୍ଥାରେ ନିଜ ଜୀବନକୁ ଉତ୍ସର୍ଗୀକୣତ କରି ଇଂରେଜମାନଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରି  ଲହୁ ଲୁହାଣ ହେଵା ସହିତ କାଳ କୋଠରୀରେ ବନ୍ଦୀ ଜୀବନ କଟାଇଥିଲେ। ସେଥି ମଧ୍ୟରୁ ବହୁ ଆନ୍ଦୋଳନକାରୀ ନିଜ ଜୀବନ ମଧ୍ୟ ହରାଇଥିଲେ। ଦେଶ ଓ ମାଟି ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ପରିବାର ଆଜି ନିଜ ଅଧିକାର ଓ ସମ୍ମାନ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଜିଲ୍ଲାର ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରପତିଙ୍କ ଦ୍ବାରା ଅନେକ ଥର ସମ୍ମାନିତ ହୋଇଥିବା ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କ ନେତୃତ୍ୱରେ କିଛି ସ୍ମୃତି ହୋଇ ଵୟସର ଅପରାହ୍ନରେ ପହଞ୍ଚିଥିବା ହାତଗଣତି ସ୍ବାଧୀନତା ସଂଗ୍ରାମୀ ଏବଂ ଧାମନଗର ବ୍ଲକ ଲୁଣିଆ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୯ ସହିଦ ପରିବାରର ସଦସ୍ୟ ଏବଂ ବାସୁଦେବପୁର ବ୍ଲକର ଐତିହାସିକ ଇରମ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨୯ ସହିଦଙ୍କ ପରିବାରର ଉତ୍ତରାଧିକାରୀ ମାନେ ଏକଜୁଟ ହେବା ସହିତ ସରକାରୀ ଅବହେଳାର ଶିକାର ହୋଇଥିବା କଥା ବଖାଣିଛନ୍ତି। ସେମାନଙ୍କର କହିବା କଥା ହେଉଛି ଆମେ ସରକାରଙ୍କ ନିକଟରେ ଦୀର୍ଘ ବର୍ଷ ଧରି ନିଜର ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାବି ପୂରଣ ହେଉନାହିଁ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲା  ସହିଦ ପରିବାରର ଉତ୍ତରାଧିକାରୀ ଯଥା ହରେକୣଷ୍ଣ ପଲାଇ, ଦୟାନିଧି ଵେହେରା,ଅଖୟ ମହାଳିକ,ଲୋପାମୁଦ୍ରା ନାୟକ, କୁନ୍ତଳା ମହାଳିକ,ସୁବାଶ ମହାଳିକ,ମହେଶ୍ୱର ସାହୁ, ମାୟାଧର ଯେନାଙ୍କ ସମେତ ଭଦ୍ରକ ଜିଲ୍ଲାର ସମସ୍ତ ସ୍ବାଧିନତା ସଂଗ୍ରାମୀ ଓ ଶହିଦ୍ ପରିଵାରର ଦାୟାଦମାନେ ଏକଜୁଟ ହୋଇ ସରକାରୀ ଅବହେଳାର ଶିକାର ହେଉଥିବା କଥା ପ୍ରକାଶ କରିଛନ୍ତି।ତେବେ ସଂଗ୍ରାମୀ ଓ ଶହିଦ୍ ପରିବାରକୁ ପରିଚୟ ପତ୍ର ପ୍ରଦାନ।  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା କୁଟୁମ୍ବ ଭତ୍ତା ପ୍ରଦାନ,ସଂଗ୍ରାମୀ ଦାୟଦମାନଙ୍କୁ ଶିକ୍ଷାର ସୁବିଧା। ସରକାରୀ ଚାକିରି କ୍ଷେତ୍ରର ସୁବିଧା ଯୋଗାଇଦେବା,ସତନ୍ତ୍ର ସାସ୍ଥ୍ୟ ସେବାର ସୁବିଧା ସୁଯୋଗ ଯୋଗାଇଦେବା ଆଦି ଦାବି ପୂରଣ ନହେଲେ ସଂଗ୍ରାମୀ ଓ ଶହୀଦ୍ ପରିବାର ପକ୍ଷରୁ ଶହୀଦ୍ ଦିବସ ବର୍ଜନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ