ମୋ ଉପକାରୀ ବଗିଚାରେ ୧୩୧୧ ହିତାଧିକାରୀ ଚୟନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୧୩ ପଞ୍ଚାୟତରେ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମରେ ୧୩୧୧ ଜଣ ହିତାଧିକାରୀ ଚୟନ ହୋଇଥିବା ଜଣାଯାଇଛି । ବନ୍ତ, ବଡବର୍ଚ୍ଚିକୟାଁ, ପୁରୁଷଣ୍ଢ ଆଦି ୩ଟି ପଞ୍ଚାୟତରେ ୨ ଶହ ଜଣ କରି ୬ଶହ ଜଣ ହିତାଧିକାରୀ ଚୟନ ହୋଇଥିବା ବେଳେ ତୋଡଗାଁରେ ୪୯, ରାମପୁରରେ ୫୦, ବିଟିପୁରରେ ୧୦୪, ମହାନ୍ତିପଡାରେ ୫୦, ରାମଚନ୍ଦ୍ରପୁରରେ ୪୯, ଟିଲୋରେ ୧ ଶହ, ଓଡଙ୍ଗରେ ୫୦, ରାମକୃଷ୍ଣପୁରରେ ୫୪, ଗୋପିନାଥପୁରରେ ୯୬, କାଦବରାଙ୍ଗରେ ୧୦୫ ଜଣ ହିତାଧିକାରୀ ଚୟନ ହୋଇଥିବା ଜଣାଯାଇଛି । ଅବଶିଷ୍ଟ ୧୨ ପଞ୍ଚାୟତରେ ହିତାଧିକାରୀ ଚୟନ ପ୍ରକ୍ରିୟା ଜାରି ରହିଛି । ପ୍ରତ୍ୟେକ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଓ ମହିଳା ମହାସଂଘ ମାଧ୍ୟମରେ ହିତାଧିକାରୀ ମାନଙ୍କ ଠାରୁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରାଯାଉଛି । ଇଛୁକ ହିତାଧିକାରୀ ମାନେ ସିଧାସଳଖ ବ୍ଲକ କାର୍ଯ୍ୟାଳୟରେ କାଗଜପତ୍ର ଦାଖଲ କରୁଛନ୍ତି । କ୍ଷେତ୍ର ତଦନ୍ତ ବେଳେ ଉଭୟ ଓଡିଶା ଜୀବିକା ମିଶନର କର୍ମଚାରୀ ଏବଂ ଜିଆର୍‌ଏସ ଓ ମହିଳା ମହାସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିବେ ବୋଲି ଓଡିଶା ଜୀବିକା ମିଶନର ବିପିଏମ୍ ବୀଣାପାଣୀ ପଣ୍ଡା କହିଛନ୍ତି । ଉଲ୍ଲେଖ ଯେ, ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ପ୍ରକଳ୍ପ କାର୍ଯ୍ୟ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ଜୀବିକା ମିଶନର ସହଯୋଗ ରହିଛି । ଏହି ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ୧୦ ହଜାର ୭ ଶହ ୨୯ ଟଙ୍କା ରହିଛି । ଯେଉଁ ପରିବାରରେ ଗର୍ଭବତୀ, ପ୍ରସୂତି ମା, କିଶୋରୀ ବାଳିକା ଓ ୫ ବର୍ଷରୁ କମ୍ ବୟସର ଶିଶୁ ଅଛନ୍ତି ସେହି ପରିବାର ଗୁଡିକୁ ଅଗ୍ରାଧିକାର ଦିଆଯିବ । ଏଥିସହ ଜମି, ଘରବାଡି ଥିବା ଅନୁସୂଚିତ ଜାତି, ଜନଜାତି, ବିପିଏଲ କାର୍ଡଧାରୀ, ମହିଳା ମୁଖ୍ୟ ପରିବାର, ପରିବାରର ମୁଖ୍ୟ ବିକଳାଙ୍ଗ ହୋଇଥିବେ, ଜଙ୍ଗଲ ଜମି ପଟ୍ଟା ପାଇଥିବା, ସରକାରୀ ଘର ପାଇଥିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନେ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ