ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ ), କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଅବୁଲୁପୁରା ଗ୍ରାମର ଜଣେ ଯୁବକଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବିନୋଦ ଦାସଙ୍କ ପୁଅ ଘନଶ୍ୟାମ ଦାସ(୨୪) ଗତକାଲି ତାଙ୍କ ଭଉଣୀକୁ ନେଇ ଭଦ୍ରକ ଜିଲ୍ଲା ନିଚିବିନ୍ଧା ଗ୍ରାମକୁ ଯାଇଥିଲେ । ଭଉଣୀକୁ ତାଙ୍କ ଶ୍ୱଶୁର ଘରେ ଛାଡି ଫେରୁଥିବା ବେଳେ ବାଟରେ ଅଳାଙ୍ଗ ଛକ ନିକଟରେ ଏକ ହାଇୱାଟ୍ରକ ସହିତ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ଘନଶ୍ୟାମକୁ ଉଦ୍ଧାରକରି ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ସେଠାରୁ କଟକ ବଡଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ପରିବାର ଲୋକେ କଟକରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ଆଜି ମୃତଦେହକୁ ଆଣି ଗାଁରେ ସଂସ୍କାର କରିଛନ୍ତି । ଏହାକୁନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ