ହଜିଗଲା ମାନସିକତା ବିଚ ରାସ୍ତାରେ ମହିଳାଙ୍କ ପ୍ରତି ବାପା,ମାଆ, ପୁଅର ଦବଙ୍ଗ ଗିରି
ଗଞ୍ଜମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକ ସମ୍ମୁଖ ସାନବାଜ଼ାର କେଉଟ ସାହି ରେ ଜଣେ ବିଧବା ମହିଳା ଙ୍କ ପ୍ରତି ବାପ,ମାଆ ପୁଅ, ଦବଙ୍ଗଗିରି ନେଇ ସହରେଟେ ଚର୍ଚ୍ଚା ପ୍ରସଙ୍ଗ ପାଲଟିଛି। କେଉଟ ସାହିର ବିଧବା ମହିଳା କୁମାରୀ ବେହେର(୫୫) ନିଜ ଘରେ ଏକାକୀ ରହିଆସୁଛନ୍ତି । ସ୍ୱାମୀ ମରିଯିବା ପରେ ନିଜ ର ଏକ ମାତ୍ର ପୁଅ ଅନ୍ୟ ଜାତିର ବିବାହ କରି ବାହାରେ ରହିବା ମାଆକୁ ନ ପଚାରିବା ଫଳରେ ମାଆ କୁମାରୀ ବଂଚିବା ପାଇଁ ଏକ ଛୋଟ ମାଛ ବେବ୍ୟସାୟୀ କରିଆସୁଛନ୍ତି । ଆଜି ସକାଳେ ସାତ ଘାଣ୍ଟ ସମୟ ରେ ସାହିର ଏକ ପାନ ଦୋକାନରେ ଛିଡ଼ା ହୋଇଥିବା ବେଳେ ସେହି ସାହିର ଗୋଟିଏ ପରିବାରର ବାପ ଗନ୍ଧିଆ ବେହେରା, ପୁଅ କହ୍ନେଇ ବେହେରା, ମାଆହଟାତ କୁମାରୀ ନିକଟକୁ ଆସି ଦବଙ୍ଗଗିରି ଆରମ୍ବ କରିଥିଲେ ।କୁମାରୀର ଚୁଟିକୁ ଭିଡି ବିଚ ରାସ୍ତାରେ ପକାଇ ମାଡ଼ ମାରିଥିଲେ ।କେହି ପ୍ରତିବାଦ କରିନଥିଲେ ।ମହିଳା ଜଣକ ରକ୍ଷା କର, ରକ୍ଷା କର ଚିତ୍କାର କରୁଥିଲେ ମଧ୍ୟ ଦବଙ୍ଗ ଗିରି କରୁଥିବା ପରିବାରର ସାହିରେ ଦବାଦବ ଥିବାରୁ ମହିଳାଙ୍କୁ ରଖା କରିବା ପାଇଁ କେହି ସାହସ କରିପାରିନଥିଲେ । ରାସ୍ତା ଦେଇ ଯାଉଥିବା ଜଣେ ଛାତ୍ର ଙ ରକ୍ଷା କରିବାକୁ ଯାଇ ମାଡ଼ ଖାଇଥିଲେ ମଧ୍ୟ ଆହତ ମହିଳା ଙ୍କୁ ଚିକିତ୍ସା ପାଇଁ ଗଞ୍ଜମ ମେଡିକାଲକୁ ନେଇଥିଲେ । ଏଭଳି ମାନବିକ ଘଟଣା ସହରରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସ ପାଖରେ ଖବର ନଥିଲା । ପୋଲିସ ନିକଟରେ ଲିଖିତ ଏତଲା ହେବା ପରେ କେଶ ନମ୍ବର ୮୮/୨୦ ରୁଜୁ କରିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଦିଲ୍ଲୀପ କୁମାର ସାହୁ କହିଛନ୍ତି । ସୁଚୋନା ଯୋଗ୍ୟ ଏଭଳି ଘଟଣା ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ମକଦ୍ଦମା କରିବା ବଦଳରେ ଏତଲା ଦେବା ପରେ ବି ଘଟାଣା ବକୁ ହାଲୁକା ଭାବେ ନେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।


