ରାମଚରିତ ମାନସ ପ୍ରବଚନ ଉଦ୍‍ଯାପିତ

ଆସିକା (ୱାଇଏନ୍‍ଏସ୍‍): ଆସିକା ନିକଟସ୍ଥ କାଳଷଣ୍ଢପୁର ଗ୍ରାମର ମେରୁମଣ୍ଡପରେ ଏକ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଗତ ୭ ତାରିଖ ଠାରୁ ଚାଲିଆସିଥିବା ରାମଚରିତ ମାନସ ନବାହ୍ନ ପ୍ରବଚନ ଉଦ୍‍ଯାପିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ନିକଟସ୍ଥ କାଳଷଣ୍ଢପୁର ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ରାମଚରିତ ମାନସ ନବାହ୍ନ ପ୍ରବଚନ କାର୍ଯ୍ୟକ୍ରମରେ ବିଦ୍ୱାନ ପଣ୍ଡିତ ତଥା ପ୍ରବଚକ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଯୋଗଦେଇ ଅର୍ଶ୍ରୀବଚନ ପ୍ରଦାନ କରିବା ସାଙ୍ଗକୁ ସଦାସର୍ବଦା ଗୀତାପାଠର ଉପାଦେୟତା ଉପରେ ଆଲୋକପାତ କରିବା ସହ ବେଦବେଦାନ୍ତ ଓ ନୈତିକ ଶିକ୍ଷାକୁ ଆପଣାଇ ଭବିଷ୍ୟତର ଲକ୍ଷ୍ୟ ପୂରଣ ପାଇଁ ଜୀବନକୁ ଶୃଙ୍ଖଳିତ କରିବା ସକାଶେ ନିୟମିତ ଗୀତାପାଠ କରିବାକୁ ଆହ୍ୱାନ କରିବା ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦିବ୍ୟ ସନ୍ଦେଶ ପ୍ରଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତ ଓ ଆଧ୍ୟାତ୍ମିକପ୍ରେମୀମାନେ ବିଦ୍ୱାନ ପଣ୍ଡିତ ତଥା ପ୍ରବଚକ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ରାମଚରିତ ମାନସ ନବାହ୍ନ ପ୍ରବଚନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକ ପ୍ରେମୀ ଗଦାଧର ସ୍ୱାଇଁ, ଅରକ୍ଷିିତ ବିଶ୍ୱାଳ, କାଳିଆ ନାହାକ, ବିଜୟଲକ୍ଷ୍ମୀ ମିଶ୍ର, ଝୁନୁ ସ୍ୱାଇଁ, ସରୋଜିନୀ ସ୍ୱାଇଁ, ଅମିତା ଦାଶ, ରୁବି ମୁନି, ସଂଜୁ ଜେନା, ଟୁନା ପାତ୍ର, ସୁବାସିନୀ ବେହେରା, ଶୈଳେନ୍ଦ୍ରୀ ବିଶ୍ୱାଳ, ରଂଜିତା ଗୌଡଙ୍କ ସମେତ ଗ୍ରାମବାସୀ ସକ୍ରୀୟ ସହଯୋଗ କରିଥିଲା ବେଳେ କାଳଷଣ୍ଢପୁର ଗ୍ରାମ ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଏହି ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ