ସିପିଆଇ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ଛତ୍ରପ (ଯୁଗାବ୍ଦ ନ୍ୟୁଜ) , ଭାରତ ବର୍ଷର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବି ନେଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଥି ସହ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ସହସମ୍ପାଦକ ଅଳକାନାଥ ମିଶ୍ର ଓ ନୀଳକଣ୍ଠ ଦାସ, ଗୋକୁଳ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ପୋଲସରା ଜୋନ୍ ସମ୍ପାଦକ ଦଣ୍ଡପାଣି ସାମଲ, ଛତ୍ରପୁର ଜୋନ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡି, ସହସମ୍ପାଦକ ଡିି.ଆଦିନାରାୟଣ ରେଡ୍ଡି, ଚମାଖଣ୍ଡି ଜୋନ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡି, ସହସମ୍ପାଦକ ଗୁରୁନାଥ ପ୍ରଧାନ ଓ ଏନ.ଗିରିଜା ପ୍ରସାଦ ରେଡ୍ଡି, ଗଂଜାମ ଜୋନ ସମ୍ପାଦକ ବୃନ୍ଦାବନ ପଲେଇ, ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଖଲିକୋଟ ଅଂଚଳର ନେତା ଦୁର୍ଗାଚରଣ ପାତ୍ର, ସାନଖେମୁଣ୍ଡି ଜୋନ ସମ୍ପାଦକ କୈଳାଶ ଚନ୍ଦ୍ର ପାତ, ପ୍ରଫୁଲ କୁମାର ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଏହାସହ ସଂଖ୍ୟାଲଘୁ, ଦଳିତ ଏବଂ ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି । ବିଶେଷ କରି ପୁଣି କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ଭାରତ ବର୍ଷରେ ସଂଖ୍ୟାଲଘୁ ଓ ଦଳିତମାନଙ୍କ ଉପରେ ଏହି ଅତ୍ୟାଚାର ବଢ଼ିବାରେ ଲାଗିଛି । ପ୍ରାରମ୍ଭରେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଶତାଧୀକ ଦଳୀୟ ନେତା ଓ କର୍ମୀ ମାନେ ହାତରେ ପତାକା ଧରି ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ