ମୋ ନିବେଦନ କାର୍ଯ୍ୟକ୍ରମ

ହିଂଜିଳିକାଟୁ, (ଶେଷଦେବ ସାହୁ): ଜନସାଧାରଣଙ୍କ ଅଭିଯୋଗ ସେମାନଙ୍କ ହାତପାହାନ୍ତାରେ ସମାଧାନ କରିବା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନୂତନ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଶୁକ୍ରବାର ଠାରୁ ଆରମ୍ଭ କରିଛନ୍ତି । ଏହା ମୁଖ୍ୟତଃଗ୍ରାମପଂଚାୟତ ମୁଖ୍ୟାଳୟ ତଥା ପଂହଚାୟତ କାର୍ଯ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହେଉଛି । ପଂଚାୟତସ୍ତରୀୟ ଏହି ଅଭିଯୋଗ ଶୁଣାଣୀକୁ ‘ମୋ ନିବେଦନ ‘ କାର୍ଯ୍ୟକ୍ରମ ଭାବରେ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଉଛି । ପଂଚାୟତସ୍ତରୀୟ ପ୍ରତି ଗ୍ରାମ ଗୁଡ଼ିକରେ ବିଭିନ୍ନ ପ୍ରକାର ସମସ୍ୟା ତଥା ଲୋକମାନଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯାଇ ସେସବୁର ସମାଧାନ କରିବା ପାଇଁ ବ୍ଳକସ୍ତରୀୟ ଅଧିକାରୀ ମାନଙ୍କ ଉପସ୍ଥିତ କ୍ରମେ ସମାଧାନ କରିବା ପାଇଁ ଜିଲ୍ଲାପାଳ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ଏହି ପରିପେକ୍ଷୀରେ ହିଂଜିଳିକାଟୁ ବ୍ଳକ କଂଚୁରୁ ଓ ଶାସନଆମ୍ବଗାଁ ପଂଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଂଚୁରୁ ପଂଚାୟତରେ ୧୫୫ ଟି ଅଭିଯୋଗ ଶୁଣାଣୀରୁ ୫୨ ଟିର ସମାଧାନ ହୋଇଥିବା ବେଳେ ଶାସନଆମ୍ବଗାଁ ପଂଚାୟତରେ ୧୧୨ ଟି ଅଭିଯୋଗରୁ ମାତ୍ର ୭ ଟିର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ଶୁଣାଣୀ ବ୍ଳକସ୍ତରରେ ଅଭିଯୋଗ ଶୁଣାଣୀରେ ସମାଧାନ କରାଯିବ ବୋଲି ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, କଂଚୁରୁ ସରପଂଚ ପି. ବାସନ୍ତି, ସମିତିସଭ୍ୟ ଏ. ସୁଦାମ, ଶାସନଆମ୍ବଗାଁ ସରଂପଚ ସଙ୍ଗିତା ସାହୁ, ସମିତିସଭ୍ୟା ରଂଜିତା ସାବତ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଅମରପ୍ରସାଦ ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ