ବନମହୋତ୍ସବ ପାଳିତ
ଚୌଦ୍ୱାର : (ଦୀପକ୍ କୁମାର ବେଉରା) : କଟକ ବନଖଣ୍ଡ ପକ୍ଷରୁ ଚୌଦ୍ୱାରରେ ୭୧ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଚୌଦ୍ୱାର ପୋୖର ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ କଟକ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେଉରା ,କଟକ ଡିଏଫଓ ସୁଦର୍ଶନ ପାତ୍ର ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରି ଏହାର ଶୁଭାରମ୍ଭ କରିଥିଲେ । ସାମାଜିକ ଦୂରତା ଅବଲମ୍ବନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଆଗାମୀ ଦିନରେ କଟକ ବନଖଣ୍ଡ ଅଂଚଳରେ ଅଧିକରୁ ଅଧିକ ବୃଷରୋପନ କରାଯିବାକୁ ଲକ୍ଷ ରଖାଯାଇଥିବା ଦିଏଫଓ କହିଥିଲେ ।ମଣିଷ ଏକ ସୁସ୍ଥ ପରିବେଶରେ ବଞ୍ଚିବାକୁ ହେଲେ ବୃକ୍ଷ ନିହାତି ଆବଶ୍ୟକ ବୋଲି ସଦର ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେଉରା କହିଥିଲେ । ଡାଲିଜୋଡା ରେଞ୍ଜର ଅଭିରାମ ଜେନା, କଟକ ରେଞ୍ଜର ଦୁର୍ଗା ଚରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ରେ ସହଯୋଗ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପାରିଷଦ ଶୁଭେନ୍ଦୁ ସାମଲ, ସୁବ୍ରତ ସାମଲ , କରୁଣାକର ସାହୁଙ୍କ ସହ ଇଂ ସୁବ୍ରତ ଘଡାଇ ,ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


