ଯୁବକ ସଂଘ ପକ୍ଷରୁ ଚାରା ରୋପଣ
ହିଂଜିଳିକାଟ: ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସକଭରୀ ହିଂଜିଳିକାଟୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚଳିତ ବର୍ଷ ବ୍ୟାପକ ଚାରା ଗଛ ରୋପଣ ପାଇଁ ପଦକ୍ଷେପ ନେଇଛି । ମିଳିତ ସଂଘ ପକ୍ଷରୁ ରବିବାର ଅପରାହ୍ଣରେ ହିଂଜିଳିକାଟୁ ମ୍ୟୁନିସପାଲଟି ୱାର୍ଡ଼ ନଂ-୧୦ ଉପର ରେଗିଡ଼ି ସାହିରେ ଚାରା ଗଛ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ସାଂସଦ ପ୍ରମିଳା ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବକ ସଂଘ ପକ୍ଷରୁ କର।।ଇଥିବା ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ଗୀତ ଗାଇ ଚାରା ରୋପଣ, ଯତ୍ନ ନେଇ ପରିବେଶ ସୁରକ୍ଷା କରିବା ପାଇଁ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ବିଜେଡ଼ି ନଗର ସଭାପତି ଭୀମସେନ ବେହେରା, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ପୂର୍ବତନ ୱାର୍ଡ଼ ସଭ୍ୟା ବୈଜୟନ୍ତିମାଳା ପଟ୍ଟନାୟକ , ତ୍ରିରଙ୍କା ଯୁବକ ସଂଘ ସଭାପତି ରଂଜନ କୁମାର ସାହୁ, ପ୍ରଭୁଦତ ପାତ୍ର, ଡ଼ିସକଭରୀ ହିଂଜିଳିକାଟୁର ଆବାହକ କାହ୍ନୁ ପଣ୍ଡା , ଅଭିଷେକ ପ୍ରଧାନ, କେ ଅମରନାଥ, ବାଳକୃଷ୍ଣ ପାତ୍ର, ଆକାଶ ବାଡ଼ତ୍ୟା, ସୁମନ ସାହୁ, ସିପୁନ ପାଠି,ତପନ ପାଠି,କିରଣ ପୃଷ୍ଟି, ବିଶ୍ୱନାଥ ପୃଷ୍ଟି,ନୀଳମାଧବ ପାତ୍ର, ନାଳାଂଚଳ ମୁନି,ବଳରାମ ପାତ୍ର,ପ୍ରସାଦ ମହାରଣା, ଆଶୁତୋଷ ସାହୁ,ଶିବଶମ୍ଭୁ ଗୋ÷ଡ଼,ଅନାଦି ପାଣିଗ୍ରାହି, ଇତିତୋଷ ପାଠି, ଆଲୋକ ନାୟକ, ଶିବାନୀ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


