ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ କର୍ମଶାଳା

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ପୌର ପରିଷଦ ଅନ୍ତର୍ଗତ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ନାରୀ ସଶକ୍ତିକରଣ କର୍ମଶାଳା ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତି କେନ୍ଦ୍ରର ସଂଯୋଜିକା ଅଧ୍ୟାପିକା ଡଃ ସୁପ୍ରିୟା ଦାଶ ଓ ସହସଂଯୋଜିକା ଅଧ୍ୟାପିକା ଡଃ ଉର୍ମିଳା ମୁଦୁଲିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଶକ୍ତିଶ୍ରୀ ସଶକ୍ତିକରଣ କର୍ମଶାଳାରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ଗଣଯୋଗାଯୋଗ ବିଭାଗ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟର ବ୍ରହ୍ମପୁରର ଆଞ୍ଚଳିକ ସଂଯୋଜିକା ଶୀତଳ ପୂର୍ଣ୍ଣିମା, ଅଧ୍ୟାପକ ଡଃ ଏସ୍‍ଟି ରେହେମାନ୍‍, ମହିଳା ଆତ୍ମରକ୍ଷାର ତାଲିମ୍‍ପ୍ରାପ୍ତ ପ୍ରଶିକ୍ଷିକା ସୁଶ୍ରୀ ସଙ୍ଗୀତା ସ୍ୱାଇଁ ଓ ସୁଶ୍ରୀ ସଙ୍ଗୀତା ନାହାକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ, ଅଧ୍ୟାପିକା ଓ ମହିିଳା କର୍ମଚାରୀଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଇଥିବା ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ଆବଶ୍ୟକତା ଉପରେ ବହୁ ଶିକ୍ଷଣୀୟ ଓ ଉପାଦେୟ ସୂଚନା ପ୍ରଦାନ କରି ଛାତ୍ରୀଙ୍କ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରିବା ଏବଂ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ ଓ ସଶକ୍ତିକରଣ କରିବା, ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ସମ୍ମାନ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତିକରଣ କର୍ମଶାଳାରେ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡଃ ସୁପ୍ରିୟା ଦାଶ ଓ ସହସଂଯୋଜିକା ଅଧ୍ୟାପିକା ଡଃ ଉର୍ମିଳା ମୁଦୁଲି, ଶକ୍ତିଶ୍ରୀ ସାଥୀ ରୋଶ୍‍ନୀ ଡାକୁଆ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟୟନରତ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାରୀ କରାଯାଇଥିବା ଶକ୍ତିଶ୍ରୀ ଆପ୍ଳିକେସନ୍‍ରେ ପଞ୍ଜିକରଣ, ଉପଯୋଗିତା, ଉପକାରିତା ଓ ବ୍ୟବହାର ଉପରେ ମାର୍ଗଦର୍ଶନ କରିଥିଲେ । ଏହି ଶକ୍ତିଶ୍ରୀ ସଶକ୍ତିକରଣ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ କୁମାର ହୋତା, ବସନ୍ତ ମାଝୀ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ବି.ପାଣ୍ଡବ ରେଡି, ସାନ୍ତନୁ କୁମାର ସାମଲ, ଶ୍ରୀବାସ ପାତ୍ର, ସନାତନ ପ୍ରଧାନ, ସୁମିତ୍ରା ସ୍ୱାଇଁ, ପୂଜା ବିଷୋୟୀ, ଗିରିଜା ଆପଟ, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ପୂର୍ଣ୍ଣବାସୀ ବେହେରା, ଇତିଶ୍ରୀ ପଣ୍ଡାଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ