କାରଗିଲ ବିଜୟ ଦିବସରେ ବୀର ଯବାନଙ୍କ ସାହସ ଓ ବଳିଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା । ବନ୍ଧୁଗଣ, କାରଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହେଲା, ତାହା ଭାରତ କେବେହେଲେ ଭୁଲିପାରିବନି । ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବା ଏବଂ ନିଜ ଦେଶ ଭିତରେ ଚାଲିଥିବା କଳହ ଦିଗରୁ ଧ୍ୟାନ ଭଙ୍ଗ କରିବା ପାଇଁ ଏଭଳି ଦୁଃସାହସ କରିଥିଲା । ଭାରତ ସେତେବେଳେ ପାକିସ୍ତାନ ସହ ସମ୍ପର୍କ ଉନ୍ନତ କରିବାକୁ ପ୍ରଚେଷ୍ଟାରତ ଥିଲା । କିନ୍ତୁ ଯେମିତି କହନ୍ତିନି, “ବୟରୁ ଅକାରଣ ସବ୍ କାହୁ ସୋଁ, ଯୋ କର ହିତ ଅନହିତ ତାହୁ ସୋଁ ।” ଅର୍ଥାତ୍, ଦୁଷ୍ଟର ସ୍ୱଭାବ ହେଲା ବିନା କାରଣରେ ଅନ୍ୟ ସହ ଶତ୍ରୁତା କରିବା । ଏଭଳି ପ୍ରକୃତିର ଲୋକ ତାଙ୍କର ହିତସାଧନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ଅନିଷ୍ଟ କରିବା ପାଇଁ ଚିନ୍ତା କରନ୍ତି । ତେଣୁ ଭାରତର ମିତ୍ରତା ପ୍ରସ୍ତାବ ପ୍ରତ୍ୟୁତରରେ ପାକିସ୍ତାନ ଦ୍ୱାରା ପିଠିରେ ଛୁରୀ ମାରିବାର ପ୍ରଚେଷ୍ଟା ହୋଇଥିଲା କିନ୍ତୁ ତା’ପରେ ଭାରତର ବୀର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଲେ, ଭାରତ ନିଜର ଯେଉଁ ଶକ୍ତି ପ୍ରଦର୍ଶନ କଲା, ତାହା ସାରା ବିଶ୍ୱ ଦେଖିଲା । ଆପଣ କଳ୍ପନା କରିପାରୁଥିବେ ଉଚ୍ଚ ପାହାଡ଼ଗୁଡ଼ିକ ଉପରେ ବସିଥିବା ଶତ୍ରୁ, ଆଉ ପାହାଡ଼ର ପାଦଦେଶରୁ ଯୁଦ୍ଧ କରୁଥିବା ଆମ ସେନାବାହିନୀ, କିନ୍ତୁ ପର୍ବତ ଶିଖରର ବିଜୟ ନୁହେଁ, ବରଂ ଭାରତୀୟ ସେନାବାହିନୀର ସାହସ ଏବଂ ପ୍ରକୃତ ବୀରତ୍ୱର ବିଜୟ ହେଲା । ବନ୍ଧୁଗଣ, ସେ ସମୟରେ ମୋତେ ମଧ୍ୟ କାରଗିଲ୍ ଯିବାର ଏବଂ ଆମ ଯବାନମାନଙ୍କ ବୀରତ୍ୱ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା । ସେ ମୁହୂର୍ତ ମୋ ଜୀବନର ସବୁଠାରୁ ଅମୂଲ୍ୟ ମୁହୂର୍ତଗୁଡ଼ିକ ମଧ୍ୟରୁ ଅନ୍ୟତମ । ମୁଁ ଲକ୍ଷ୍ୟ କରୁଛି ଯେ, ଆଜି ସାରା ଦେଶରେ ଲୋକେ କାରଗିଲ ବିଜୟକୁ ମନେ ପକାଉଛନ୍ତି । ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ମୁଁ ଆଜି, ସମସ୍ତ ଦେଶବାସୀଙ୍କ ତରଫରୁ ଆମର ସେହି ବୀର ଯବାନମାନଙ୍କ ସହିତ ସେମାନଙ୍କ ବୀର ମାତାମାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯିଏ ଭାରତମାତାର ଏହି ସୁପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ଆପଣ ତାହାକୁ ନିଶ୍ଚୟ ଙ୍ଖସଗ୍ଦସଗ୍ଧ କରନ୍ତୁ । ସେଠାରେ ଆପଣମାନଙ୍କୁ ଆମର ବୀର ପରାକ୍ରମୀ ଯୋଦ୍ଧାମାନଙ୍କ ସମ୍ପର୍କରେ, ସେମାନଙ୍କ ପରାକ୍ରମ ବିଷୟରେ ଅନେକ ତଥ୍ୟ ମିଳିବ ଆଉ ସେହି ସୂଚନାଗୁଡ଼ିକୁ ନେଇ ଆପଣ ଯେତେବେଳେ ନିଜ ସାଙ୍ଗସାଥୀଙ୍କ ସହିତ ଆଲୋଚନା କରିବେ ସେସବୁ ତାଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । କାରଗିଲ ଯୁଦ୍ଧ ସମୟରେ ଅଟଳଜୀ ଲାଲକିଲ୍ଲା ଉପରୁ ଯାହା କହିଥିଲେ ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ବହୁତ ପ୍ରାସଙ୍ଗିକ । ଅଟଳଜୀ ସେତେବେଳେ ଦେଶକୁ ଗାନ୍ଧିଜୀଙ୍କର ଗୋଟିଏ ମନ୍ତ୍ର ସ୍ମରଣ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କର ସେହି ମନ୍ତ୍ରଟି ଥିଲା ଯେ କ’ଣ କରିବା, କ’ଣ ନ କରିବାକୁ ନେଇ ଯଦି କାହାରି ମନରେ କୌଣସି ଦ୍ୱିଧା ଥାଏ, ତେବେ ସେ, ଭାରତର ସବୁଠାରୁ ଗରିବ ଓ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରିବା ଉଚିତ । ସେ ଏକଥା ଭାବିବା ଉଚିତ ଯେ, ସେ ଯାହା କରିବାକୁ ଯାଉଛି ତା’ଦ୍ୱାରା ସେହି ବ୍ୟକ୍ତିର କୌଣସି ଉପକାର ହେବ କି ନାହିଁ । ଗାନ୍ଧୀଜୀଙ୍କର ଏହି ଚିନ୍ତାଧାରାର ଟିକିଏ ଆଗକୁଯାଇ ଅଟଳଜୀ କହିଥିଲେ ଯେ, କାରଗିଲ ଯୁଦ୍ଧ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି । ସେ ମନ୍ତ୍ରଟି ହେଉଛି – “କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଉଚିତ ଯେ ଆମର ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ ତ, ଯିଏ ଦୁର୍ଗମ ପାର୍ବତ୍ୟାଂଚଳରେ ନିଜର ପ୍ରାଣବଳି ଦେଇଛି । ଆସନ୍ତୁ ଅଟଳଜୀଙ୍କ ସ୍ୱରରେ ହିଁ ତାଙ୍କର ଏହି ଭାବନାକୁ ଆମେ ଶୁଣିବା, ବୁଝିବା ଏବଂ ସମୟର ଏହି ଆବଶ୍ୟକତାକୁ ସ୍ୱୀକାର କରିବା । “ଆମ ସମସ୍ତଙ୍କର ମନେଅଛି ଯେ ଗାନ୍ଧିଜୀ ଆମକୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିôଥଲେ ଯେ, ଆପଣ କ’ଣ କରିବେ ତାକୁ ନେଇ ଯଦି କୌଣସି ଦ୍ୱିଧା ଉତ୍ପନ୍ନ ହୁଏ ତାହେଲେ ଆପଣ ଭାରତର ସେହି ସବୁଠାରୁ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତୁ ଏବଂ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଆପଣ ଯାହା କରିବାକୁ ଯାଉଛନ୍ତି ତାଦ୍ୱାରା ସେହି ବ୍ୟକ୍ତି ଉପକୃତ ହେବ କି ନାହିଁ । କାରଗିଲ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଯେ, ଆମର ସେହି ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ କି ନୁହେଁ, ଯିଏ ସେହି ଦୁର୍ଗମ ପାହାଡ଼ିଆ ଅଂଚଳରେ ନିଜର ପ୍ରାଣବଳି ଦେଇଛି । ଯୁଦ୍ଧ ପରିସ୍ଥିତିରେ ଆମେ ଯାହା କହିଥାଉ, ଯାହା କରିଥାଉଁ ସେସବୁର ସୀମାରେ କର୍ତବ୍ୟରତ ସୈନିକର ମନୋବଳ ଉପରେ, ତାଙ୍କ ପରିବାରର ମନୋବଳ ଉପରେ ଗଭୀର ପ୍ରଭାବ ପକାଇଥାଏ । ଆମେ ଏକଥା କେବେହେଲେ ଭୁଲିବା ଉଚିତ ନୁହେଁ ଆଉ ଏଥିପାଇଁ ଆମ ଆଚାର-ବ୍ୟବହାର, ଆମ କଥା, ଆମ ବକ୍ତବ୍ୟ, ଆମ ମର୍ଯ୍ୟାଦା, ଆମର ଲକ୍ଷ୍ୟ, ଏସବୁ ନିୟନ୍ତ୍ରଣରେ ରହିବା ଜରୁରୀ କାରଣ ଏହା ଆମ ସୈନିକମାନଙ୍କ ମନୋବଳ ବୃଦ୍ଧିକାରୀ, ସମ୍ମାନ ବୃଦ୍ଧିକାରୀ ହେବା ଆବଶ୍ୟକ । “ରାଷ୍ଟ୍ର ସର୍ବୋପରି” ଏହି ମନ୍ତ୍ରକୁ ମନରେ ଧରି, ଏକତାର ସୂତ୍ରରେ ବନ୍ଧା ଦେଶବାସୀ, ଆମ ସୈନିକମାନଙ୍କ ଶକ୍ତି ସହସ୍ରଗୁଣ ବୃଦ୍ଧି କରିଦେଇଥାନ୍ତି । ଆମର ପରା କୁହାଯାଇଛି – “ସଂଘେ ଶକ୍ତି କଲୌ ଯୁଗେ” । ବେଳେବେଳେ ଆମେ ଏକଥାକୁ ନ ବୁଝି ଝକ୍ଟମସବକ୍ଷ ଗରୟସବରେ ଏଭଳି କଥାଗୁଡ଼ିକୁ ପ୍ରୋତ୍ସାହିତ କରିଥାଉ ଯାହା ଆମ ଦେଶର ଅନେକ କ୍ଷତି ଘଟାଇଥାଏ । ବେଳେବେଳେ କୌତୁହଳବଶତଃ ଆମେ ଏଗୁଡ଼ିକୁ କରିଦେଇଥାଉଁ । ଏପରି କରିବା ଅନୁଚିତ – ଏକଥା ଜାଣି ମଧ୍ୟ କରିଦେଉଥାଉଁ । ଆଜିକାଲି, ଯୁଦ୍ଧ କେବଳ ସୀମାରେ ନୁହେଁ, ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଏକସଙ୍ଗେ ଲଢ଼ିବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକ ଦେଶବାସୀକୁ ଏଥିରେ ନିଜର ଭୂମିକା ନିର୍ଣ୍ଣୟ କରିବାକୁ ହୋଇଥାଏ । ଦେଶର ସୀମାରେ ଦୁର୍ଗମ ପରିସ୍ଥିତିରେ ସଂଗ୍ରାମରତ ଆମ ସୈନିକମାନଙ୍କୁ ସ୍ମରଣ କରି ଆମକୁ ମଧ୍ୟ ନିଜ ଭୂମିକା ସ୍ଥିର କରିବାକୁ ପଡ଼ିବ । ଗତ କିଛିମାସ ଧରି ସାରା ଦେଶ ଏକ ହୋଇ ଯେଉଁଭଳି କରୋନା ସହ ସଂଗ୍ରାମ କରିଛିି ତାହା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି । ଆଜି ଆମ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଛି । ତା’ସଙ୍ଗେ ସଙ୍ଗେ ଆମ ଦେଶରେ କରୋନା ମୃତ୍ୟୁହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶଠାରୁ ଯଥେଷ୍ଟ କମ୍ ରହିଛି । ଜଣେ ବ୍ୟକ୍ତିକୁ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ, ହେଲେ, ଭାରତ ଏହାର ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନରକ୍ଷା କରିବାରେ ସଫଳ ମଧ୍ୟ ହୋଇଛି । କିନ୍ତୁ ବନ୍ଧୁଗଣ, କରୋନା ବିପତି ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି । ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି । ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରେ ଥିଲା । ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା – କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର । ବେଳେବେଳେ ମାସ୍କ ଆମକୁ ଅଡୁଆ ଲାଗେ । ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ । କଥାବାର୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ିଦେଇଥାଉ । ଏଭଳି ସମୟରେ ମୋର ଆପଣମାନଙ୍କୁ ଅନୁରୋଧ – ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ । ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଂଟା ଘଂଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି । ଆଠ-ଦଶ ଘଂଟା ଧରି ମାସ୍କ ପିନ୍ଧିରଖୁଛନ୍ତି । ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ । ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଅଛି । ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ । ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ । ବନ୍ଧୁଗଣ, କରୋନା କାଳରେ ତ ଆମର ଗ୍ରାମାଂଚଳ ସମଗ୍ର ଦେଶକୁ ଗୋଟିଏ ନୂତନ ଦିଗ ପ୍ରଦର୍ଶିତ କରିଛି । ଗାଁରୁ ସ୍ଥାନୀୟ ନାଗରିକମାନଙ୍କର, ଗ୍ରାମପଂଚାୟତ ମାନଙ୍କର ଭଲକାମ ସବୁ ଅନବରତ ଭାବେ ସାମ୍ନାକୁ ଆସୁଛି । ଜାମ୍ମୁରେ ତ୍ରେବା ନାମକ ଗୋଟିଏ ଗ୍ରାମପଂଚାୟତ ରହିଛି । ସେଠାକାର ସରପଂଚ ହେଉଛନ୍ତି ବଲ୍ବୀର କୌର ଜୀ । ମୋତେ ସୂଚନା ଦିଆଯାଇଛି ଯେ, ବଲ୍ବୀର କୌରଜୀ ନିଜ ପଂଚାୟତରେ ୩୦ ଶଯ୍ୟାବିଶିଷ୍ଟ ଗୋଟିଏ ନିର୍ମାଣ କରିଛନ୍ତି । ପଂଚାୟତକୁ ଆସୁଥିବା ରାସ୍ତାମାନଙ୍କରେ ପାଣିର ସୁବିଧା ମଧ୍ୟ କରାଯାଇଛି । ଲୋକଙ୍କର ହାତ ଧୋଇବାରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ, ବଲବୀର କୌରଜୀ ନିଜେ ନିଜ କାନ୍ଧ ଉପରେ ଟାଙ୍ଗି ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ସାରା ପଂଚାୟତରେ, ଆଖାପାଖ ଅଂଚଳରେ କାମ ମଧ୍ୟ କରୁଛନ୍ତି । ସେଇଭଳି ଆଉ ଜଣେ କାଶ୍ମୀରୀ ମହିଳା ସରପଂଚ ରହିଛନ୍ତି । ସେ ହେଉଛନ୍ତି ଗାଁନ୍ଦରବଲ ଚୌଟଲିବାରର ଜୈତୁନା ବେଗମ୍ । ଜୈତୁନା ବେଗମ୍ ଜୀ ସ୍ଥିର କରିଛନ୍ତି ଯେ ତାଙ୍କ ପଂଚାୟତ କରୋନା ବିରୁଦ୍ଧରେ ସଂଗ୍ରାମ କରିବ ଏବଂ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରିବ । ସେ ସମ୍ପୂର୍ଣ୍ଣ ଅଂଚଳରେ ମାଗଣା ମାସ୍କ ବଂଟନ କରିଛନ୍ତି, ମାଗଣା ଖାଦ୍ୟସାମଗ୍ରୀ ବଂଟନ କରିଛନ୍ତି, ତାସଙ୍ଗେ ସଙ୍ଗେ ସେ ଲୋକମାନଙ୍କୁ ଶସ୍ୟବୀଜ ଏବଂ ସେଓର ଚାରା ମଧ୍ୟ ଦେଇଛନ୍ତି ଯାହାଫଳରେ ଲୋକଙ୍କୁ କୃଷିକାର୍ଯ୍ୟରେ, ବଗିଚା କାମରେ ଅସୁବିଧା ନ ହେବ । କାଶ୍ମୀରରୁ ଅନ୍ୟ ଏକ ପ୍ରେରଣାଦାୟୀ ଘଟଣା ଜାଣିବାକୁ ମିଳିଛି, ଏଠାରେ ଅନନ୍ତନାଗର ମ୍ୟୁନିସିପାଲ ପ୍ରେସିଡେଂଟ ହେଉଛନ୍ତି ମହମ୍ମଦ ଇକବାଲ, ନିଜ ଅଂଚଳର ସାନିଟାଇଜେସନ୍ ପାଇଁ ତାଙ୍କୁ ସ୍ପ୍ରେୟାରର ଆବଶ୍ୟକତା ଥିଲା । ପଚାରିବାରୁ ଜଣାପଡ଼ିଲା ଯେ ଏହି ମେସିନ୍ ଅନ୍ୟ ସହରରୁ ଆଣିବାକୁ ପଡ଼ିବ ଏବଂ ଏହାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ଏକଥା ଜାଣି ଇକବାଲ ଜୀ ନିଜ ଚେଷ୍ଟାରେ ଗୋଟିଏ ସ୍ପ୍ରେୟାର ମେସିନ୍ ତିଆରି କରିଦେଲେ ଏବଂ ସେଥିପାଇଁ ମାତ୍ର ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଲା । ଏଇଭଳି ଅନେକ ଉଦାହରଣ ରହିଛି । ସାରା ଦେଶର କୋଣ ଅନୁକୋଣରୁ ଏଭଳି ଅନେକ ପ୍ରେରଣାଦାୟୀ ଘଟଣା ପ୍ରତିଦିନ ନଜରକୁ ଆସୁଛି, ଏମାନେ ସମସ୍ତେ ଅଭିନନ୍ଦନର ପାତ୍ର । ସମସ୍ୟା ଆସିଲା, କିନ୍ତୁ ଲୋକେ ମଧ୍ୟ ସେତିକି ଶକ୍ତିର ସହିତ ଏହାର ମୁକାବିଲା ମଧ୍ୟ କଲେ । ସକାରାତ୍ମକ ପଦକ୍ଷେପ ଦ୍ୱାରା ସର୍ବଦା ବିପଦ ସମୟରେ ବିପତିକୁ ପ୍ରଗତିରେ ପରିବର୍ତିତ କରିବା ପାଇଁ ଅନେକ ସାହାଯ୍ୟ ମିଳିଥାଏ । ବର୍ତମାନ ଆମେ କରୋନା ସମୟରେ ମଧ୍ୟ ଦେଖୁଛୁ ଯେ କିଭଳି ଆମ ଦେଶର ଯୁବବର୍ଗ, ମହିଳାମାନେ ନିଜର ପ୍ରତିଭା ଏବଂ ଦକ୍ଷତା ବଳରେ କିଛି ନୂଆ ପ୍ରୟୋଗ ଆରମ୍ଭ କରିଛନ୍ତି । ବିହାରରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧୁବନୀ ଚିତ୍ରକଳା ରହିଥିବା ମାସ୍କ ତିଆରି କରିବା ଆରମ୍ଭ କଲେ, ଏବଂ ଦେଖୁଦେଖୁ ଏସବୁ ଖୁବ୍ ଲୋକପ୍ରିୟ ହୋଇଗଲା । ମଧୁବନୀ ଚିତ୍ରକଳା ରହିଥିବା ଏହି ମାସ୍କ ଏକପକ୍ଷରେ ସେଠାକାର ପରମ୍ପରାର ପ୍ରଚାର କରୁଛି, ଅପରପକ୍ଷରେ ଏସବୁ ଲୋକମାନଙ୍କୁ ସୁସ୍ଥ ରଖିବା ସହ ଉପାର୍ଜନର ମାର୍ଗ ମଧ୍ୟ ପ୍ରଦାନ କରୁଛି । ଆପଣମାନେ ତ ଜାଣିଛନ୍ତି ଉତର ପୂର୍ବାଂଚଳରେ ବାଉଁଶର ପ୍ରଚୁର ଉତ୍ପାଦନ ହୋଇଥାଏ, ଏବେ ସେହି ବାଉଁଶରେ ତ୍ରିପୁରା, ମଣିପୁର, ଆସାମର କାରିଗରମାନେ ଉଚ୍ଚ ଗୁଣସମ୍ପନ୍ନ ପାଣି ବୋତଲ ଏବଂ ଟିଫିନ ବକ୍ସ ତିଆରି କରିବା ଆରମ୍ଭ କରିଛନ୍ତି । ଏହାର କ୍ୱାଲିଟି ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ବାଉଁଶରେ ଏତେ ସୁନ୍ଦର ବୋତଲ ତିଆରି ହୋଇପାରିବ । ଆଉପୁଣି ସେଗୁଡ଼ିକ ରମକ୍ଟ-ଲକ୍ସସରଦ୍ଭୟକ୍ଷଚ୍ଚ । ଏହାକୁ ତିଆରି କରିବା ପୂର୍ବରୁ ବାଉଁଶକୁ ଅନ୍ୟ ଔଷଧୀୟ ବୃକ୍ଷ ସହ ସିଝାଯାଇଥାଏ । ଏହାଦ୍ୱାରା ବାଉଁଶ ଔଷଧଗୁଣଯୁକ୍ତ ହୋଇଯାଇଥାଏ । ଛୋଟ ଛୋଟ ସ୍ଥାନୀୟ ଉତ୍ପାଦନ ଦ୍ୱାରା କିଭଳି ବଡ଼ ସଫଳତା ମିଳିପାରିବ ଏହାର ଆଉ ଗୋଟିଏ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ବିଶୁନପୁରରେ ଆଜିକାଲି ୩୦ରୁ ଅଧିକ ଗୋଷ୍ଠୀ ମିଶି ଲେମନ ଗ୍ରାସ୍ ଚାଷ କରୁଛନ୍ତି । ଲେମନ ଗ୍ରାସ୍ ଫସଲକୁ ଚାରିମାସ ସମୟ ଲାଗେ । ଏହାର ତେଲ ବଜାରରେ ଭଲ ଦରରେ ବିକ୍ରି ହୋଇଥାଏ । ଆଜିକାଲି ଏହାର ଭଲ ଚାହିଦା ମଧ୍ୟ ରହିଛି । ମୁଁ ଦେଶର ଦୁଇଟି ଅଂଚଳ ବିଷୟରେ କଥା ହେବାକୁ ଚାହୁଁଛି ଏ ଦୁଇଟି ପରସ୍ପରଠାରୁ ଶହ ଶହ କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ନିଜ ନିଜ ଢଙ୍ଗରେ ଏମାନେ ଭାରତକୁ ଆତ୍ମନିର୍ଭର କରି ଗଢ଼ି ତୋଳିବାରେ କିଛି ନିଆରା ପ୍ରୟାସ କରୁଛନ୍ତି । ଗୋଟିଏ ହେଉଛି ଲଦ୍ଦାଖ ଅନ୍ୟଟି ହେଉଛି କଚ୍ଛ୍ । ଲେହ ଏବଂ ଲଦ୍ଦାଖର ନାଁ ମନକୁ ଆସିବାମାତ୍ରେ ସୁଉଚ୍ଚ ପାହାଡ଼ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଆମ ଆଖି ଆଗରେ ନାଚିଯାଏ ତାଜା ପବନ ଦେହରେ ବାଜିବାଭଳି ଅନୁଭୂତି ହୁଏ । ଅପରପକ୍ଷରେ କଚ୍ଛ୍ କଥା ପଡ଼ିଲା ବେଳକୁ ମନକୁ ଆସେ ବୃକ୍ଷଲତା ବିହୀନ ବିସ୍ତୀର୍ଣ୍ଣ ମରୁଭୂମିର ଦୃଶ୍ୟ । ଲଦ୍ଦାଖରେ ଗୋଟିଏ ବିଶେଷ ଫଳ ଫଳିଥାଏ ଯାହାର ନାଁ ଚୁଲୀ ବା ଖୁବାନୀ କୁହାଯାଏ । ଏ ଫସଲ, ଏହି ଅଂଚଳର ଅର୍ଥନୀତିକୁ ବଦଳାଇବାର କ୍ଷମତା ରଖିଛି । କିନ୍ତୁ ଦୁଃଖର କଥା ଯେ ଏହା ଯୋଗାଣ ଅସୁବିଧା, ପାଣିପାଗର ଅନିୟମିତତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଏଗୁଡ଼ିକ ନଷ୍ଟ ହେବାର ମାତ୍ରା ନ୍ୟୂନତମ ହେଉ ସେଥିପାଇଁ ଆଜିକାଲି ଏକ ନୂଆ ଉପାୟ ଆରମ୍ଭ ହୋଇଛି । ଏହା ଖୁବାନୀ ଏବଂ ଅନ୍ୟ ଫଳ ଓ ପନିପରିବାକୁ ଆବଶ୍ୟକତା ଅନୁସାରେ ଶୁଖାଇପାରୁଛି, ତାହା ପୁଣି ପୁଷ୍ଟିକର ଉପାୟରେ । ଆଗରୁ ଖୁବାନୀକୁ ବିଲ ପାଖରେ ଶୁଖାଇବା ସମୟରେ ଏହା ବହୁମାତ୍ରାରେ ନଷ୍ଟ ହେଉଥିଲା ତାହାସଙ୍ଗେ ସଙ୍ଗେ ଧୂଳି ଏବଂ ବର୍ଷାପାଣି ଯୋଗୁଁ ଫଳର ଗୁଣବତା ମଧ୍ୟ ପ୍ରଭାବିତ ହେଉଥିଲା । ଅନ୍ୟପକ୍ଷରେ ଆଜିକାଲି କଚ୍ଛ୍ରେ ଚାଷୀମାନେ ଊକ୍ସବଶକ୍ଟଦ୍ଭ ୠକ୍ସଙ୍କସଗ୍ଧଗ୍ଦ ଚାଷ ପାଇଁ ପ୍ରଶଂସନୀୟ ଉଦ୍ୟମ କରୁଛନ୍ତି । କଚ୍ଛ୍ରେ ପୁଣି ଊକ୍ସବଶକ୍ଟଦ୍ଭ ୠକ୍ସଙ୍କସଗ୍ଧଗ୍ଦ ଏକଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି । କିନ୍ତୁ, ଆଜିକାଲି ସେଠାରେ ଅନେକ ଚାଷୀ ଏହି କାମରେ ଲାଗିଛନ୍ତି । ଫଳର ଗୁଣବତା ଏବଂ କମ୍ ଜମିରେ ଅଧିକ ଉତ୍ପାଦନକୁ ନେଇ ଅନେକ ନୂତନ ପ୍ରୟାସ କରାଯାଉଛି । ମତେ ସୂଚନା ଦିଆଯାଇଛି ଯେ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ ଭାବେ, ଜଳଖିଆରେ ଏହାକୁ ଅଧିକ ଭାବେ ଗ୍ରହଣ କରାଯାଉଛି । ଆମେ ଯେତେବେଳେ କିଛି ନୂଆ କରିବାର ଚିନ୍ତା କରୁ, ନବୋନ୍ମେଷ କଥା ଚିନ୍ତାକରୁ, ସେତେବେଳେ ଏଇଭଳି କଥା ସମ୍ଭବ ହୁଏ ଯାହା ବିଷୟରେ ସାଧାରଣତଃ କେହି କଳ୍ପନା କରିନଥାନ୍ତି, ଯେମିତିକି ବିହାରର କିଛି ଯୁବ ଛାତ୍ରମାନଙ୍କ କଥା ନିଅନ୍ତୁ । ପ୍ରଥମେ ଏମାନେ ସାଧାରଣ ଚାକିରି କରୁଥିଲେ । ଦିନେ ସେମାନେ ମୁକ୍ତାଚାଷ କରିବା ପାଇଁ ସ୍ଥିର କଲେ । ତାଙ୍କ ଅଂଚଳରେ ଲୋକେ ଏ ବିଷୟରେ ବେଶୀ କିଛି ଜାଣିନଥିଲେ କିନ୍ତୁ ଏମାନେ ପ୍ରଥମେ ସବୁ ପ୍ରକାର ସୂଚନା ଏକତ୍ରିତ କଲେ । ଜୟପୁର ଏବଂ ଭୁବନେଶ୍ୱର ଯାଇ ତାଲିମ ଗ୍ରହଣ କଲେ ଆଉ ନିଜ ଗାଁରେ ହିଁ ମୁକ୍ତାଚାଷ ଆରମ୍ଭ କରିଦେଲେ । ଆଜି ଏମାନେ ନିଜେ ଏଥିରୁ ଯଥେଷ୍ଟ ରୋଜଗାର କରିପାରିବା ସହ ମୁଜାଫରପୁର, ବେଗୁସରାଇ ଏବଂ ପାଟନାକୁ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏ ବିଷୟରେ ତାଲିମ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାଦ୍ୱାରା ଅନେକ ଲୋକଙ୍କ ପାଇଁ ଆତ୍ମନିର୍ଭର ହେବାର ବାଟ ଖୋଲିଯାଇଛି । କିଛିଦିନ ପରେ ଆସୁଛି ରକ୍ଷାବନ୍ଧନ ପର୍ବ । ମୁଁ ଏବେ ଦେଖୁଛି ଯେ ଅନେକ ଲୋକ ଏବଂ ସଂସ୍ଥା ଏଥର ରକ୍ଷାବନ୍ଧନ ପର୍ବକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଅଭିଯାନ ଚଳାଇଛନ୍ତି । କିଛି ଲୋକ ଏହାକୁ ‘ଭୋକାଲ ଫର ଲୋକାଲ’ ସହିତ ଯୋଡ଼ୁଛନ୍ତି, ଆଉ ତାହା ଠିକ୍ ମଧ୍ୟ । ଆମର ପର୍ବପର୍ବାଣୀ ଦ୍ୱାରା ଆମ ସମାଜର, ଆମ ଘର ଆଖପାଖର କୌଣସି ବ୍ୟକ୍ତିର ବ୍ୟବସାୟ ଯଦି ବୃଦ୍ଧିପାଏ ତେବେ ସେହି ପର୍ବ ତା’ପାଇଁ ମଧ୍ୟ ଖୁସି ଆଣିଦିଏ, ଆନନ୍ଦର ମୁହୂର୍ତ ପାଲଟିଯାଏ । ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନର ବହୁତ ବହୁତ ଶୁଭକାମନା । ଅଗଷ୍ଟ ୭ ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଭାରତର ହସ୍ତତନ୍ତ, ଆଉ ହସ୍ତଶିଳ୍ପ ଭିତରେ ଶହଶହ ବର୍ଷର ଏକ ଗୌରବମୟ ଇତିହାସ ପ୍ରତିଭାତ ହୋଇଥାଏ । ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର ଯେ ନା କେବଳ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପର ଅଧିକରୁ ଅଧିକ ଉପଯୋଗ ହେଉ, ବରଂ, ଏ ସମ୍ପର୍କରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ବି ଦରକାର । ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେତେ ମହିମାମଣ୍ଡିତ, କେତେ ବିବିଧତାପୂର୍ଣ୍ଣ, ଏ ସମ୍ପର୍କରେ ବିଶ୍ୱ ଯେତେ ଅଧିକ ଜାଣିବ, ଆମର ସ୍ଥାନୀୟ କାରିଗର ଏବଂ ବୁଣାକାରଙ୍କୁ ସେତିକି ଅଧିକ ଲାଭ ମିଳିବ ।


