କୃତ୍ତି ଛାତ୍ରୀ ପ୍ରତିକ୍ଷା ଦେଓଙ୍କୁ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ବିଶେଷ ସଫଳତା ହାସଲ କରିଛି। ଦଶମଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟ ସ୍ତରରେ ୫୪୦ ମାର୍କ ରଖି ଏ-୧ରେ ସଫଳତା ପାଇଥିବା ରଶ୍ମିରେଖା ବିଶ୍ୱାଳ ଓ ପବିତ୍ର କୁମାର ଦେଓଙ୍କ ସୁପୁତ୍ରୀ ପ୍ରତୀକ୍ଷା ଦେଓଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଉପଦେଷ୍ଟା ଓ ପରିଚାଳନା କମିଟ ତରଫରୁ ଛାତ୍ରୀ ପ୍ରତୀକ୍ଷା ଦେଓଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ସେହିପରି ବିଦ୍ୟାଳୟରୁ ମୋଟ ୧୦୧ ଜଣ ପାସ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ପ୍ରଦାନ କରାଯାଇଛି । ଏ-୨ରେ ୨ଜଣ, ବି-୧ ରେ ୭ ଜଣ, ବି-୨ରେ ୧୧ ଜଣ, ସିରେ ୨୭ଜଣ, ଡିରେ ୨୯ଜଣ ଓ ଇରେ ୨୪ ଜଣ ପାସ କରିଥିବା ଜଣାଯାଇଛି।


